୨୪ ଘଣ୍ଟାରେ ଆମେରିକାରେ କରୋନା ନେଲା ୧୦୦ରୁ ଉର୍ଦ୍ଧ୍ବ ଜୀବନ

ନୂଆଦିଲ୍ଲୀ : କରୋନା ମହାମାରୀ ସାରା ବିଶ୍ବରେ ପ୍ରକୋପ ଜାରି ରଖିଛି । ଦୁନିଆରା ୧୯୨ଟି ଦେଶରେ ଏହି କରୋନା ବ୍ୟାପି ସାରିଛି । ବିଗତ ପାଞ୍ଚ ଦିନ କରେ କରୋନା ମୃତ୍ୟୁ ହାର ୯ରୁ ୧୩ ପ୍ରତିଶତକୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧୦୦ରୁ ଅଧିକ ଲୋକ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ଆମେରିକାରେ ସର୍ବମୋଟ ୪୫୨ ଜଣ ଏହି ରୋଗରେ ମୃତ୍ୟୁବରଣ କରିଛନ୍ତି । ଏପରିକି ସିନେଟର୍‌ ରେଣ୍ଡ ପର୍ଲ ମଧ୍ୟ କରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି । କରୋନା ଯୋଗୁଁ ସାରା ବିଶ୍ବରେ ୩୩୯,୦୨୬ ଲୋକ ଆକ୍ରାନ୍ତ ହୋଇଥିବାବେଳେ ଏଥିରେ ମୃତ୍ୟୁବରଣ କରିଛନ୍ତି ୧୪,୬୯୮ । ସେହିପରି ଏହି ରୋଗରୁ ସୁସ୍ଥ ହୋଇଛନ୍ତି ୯୯,୦୧୪ ଜଣ । ଚାଇନାରୁ ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ରୋଗଟି ଏବେ ଇଟାଲୀରେ ତାଣ୍ଡବ କରୁଛି । ଇଟାଲୀରେ ସର୍ବାଧିକ ମୃତ୍ୟୁ ୫,୪୭୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏଥିରେ ଆକ୍ରାନ୍ତ ହୋଇଛନ୍ତି ୫୯, ୧୩୮ଜଣ । ଇଟାଲୀ ପରେ ସ୍ପେନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବେଶ୍‌ ଦ୍ରୁତଗତିରେ ବୃଦ୍ଧି ପାଉଛି । ସ୍ପେନ୍‌ରେ ଏହି ରୋଗ ଯୋଗୁଁ ୧୭୭୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୭୬୮ ରହିଛି । ପୂରା ୟୁରୋପ ଏବେ ଲକ୍‌ ଡାଉନ୍‌ ଅବସ୍ଥାରେ ରହିଛି। ସେହିପରି ପାକିସ୍ତାନରେ ୭୯୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 6ରେ ପହଞ୍ଚିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ