ବେଲେଶ୍ୱର ମନ୍ଦିର ପ୍ରତିଷ୍ଠା ଉସ୍ରବ

ଭଞ୍ଜନଗର ,( ଯୁଗାବ୍ଦ ନ୍ୟୁଜ) : ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ଥିବା ବେଲେଶ୍ୱର ମହାଦେବଙ୍କ ସମେତ ପାଶ୍ୱର୍ ଦେବାଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଗତ ଦୁଇ ଦିନ ଧରି ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମ ଦିନରେ କଳସ ଯାତ୍ରା ହେବା ସହ ସୂର୍ଯ୍ୟପୂଜା , ଦେବତା ପୂଚା , ଅଗ୍ନିସ୍ଥାପନ , ଓ ହୋମ ଆଦି କାର୍ଯ୍ୟ ମହାଡମ୍ବରେ ଅନୁଷ୍ଠିତ ହୋଇଯାଇଛି । ମାଙ୍ଗଳିକା କାର୍ଯ୍ୟ ଆୟୋଜନରେ କର୍ତ୍ତାଭାବେ ସନ୍ତୋଷ କୁମାର ଗୈାଡ ଓ ଧର୍ମପତ୍ନୀ ସବିତା କୁମାରୀ ଗୈାଡ ପୂଜାରେ ବସିଥିଲେ । ସଂନ୍ଧ୍ୟା ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି । ଏହି ମାଙ୍ଗଳିକ ପ୍ରତିଷ୍ଠା ଦିବସରେ ଆଖପାଖର ଅଂଚଳବାସୀଙ୍କ ଭିଡ ସମାଗମ ହେବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ