କରୋନା ନେଲା ଦଶମ ମୁଣ୍ଡ
ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ସୋମବାର ତିନି ଜଣଙ୍କର ପ୍ରାଣହାନି ଘଟିଛି । ତିନି ଜଣଙ୍କ ପ୍ରାଣହାନି ସହିତ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି । ହିମାଚଳ ପ୍ରଦେଶରେ ପ୍ରଥମ ମୃତ୍ୟୁ ହେବା ସହିତ ମୃତକଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି । ଏହା ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୪୯୦ ଛୁଇଁଛି । ମୃତକ ଜଣକ ଟାଣ୍ଡା ସ୍ଥିତ ଟାଟା ମେମୋରିଆଲ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ବେଳେ ପ୍ରାଣ ହରାଇଛନ୍ତି । ମୃତକ ଜଣକ ୬୯ ବର୍ଷୀୟ ତିବ୍ବତ ରିଫ୍ୟୁଜି ବୋଲି ଜଣା ପଡିଛି । ମାର୍ଚ୍ଚ ୧୫ ତାରିଖରେ ଆମେରିକାରୁ ଫେରିଥିବା ବେଳେ ୨୩ ତାରିଖରେ ତାଙ୍କଠାରେ କୋରୋନା ସଂକ୍ରମଣ ଚିହ୍ନଟ କରାଯାଇଥିଲା ।


