ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ୫.୧୩ କୋଟି ପ୍ରଦାନ କରିବ

ଛତ୍ରପୁର : କରୋନା ସଂକ୍ରମଣ ଭୟବହତା ବର୍ତମାନ ଦେଖିବାକୁ ମିଳିଥିବାବେଳେ ସରକାର ନେଇଥିବା ପଦକ୍ଷେପ ଯୋଗୁ ସାଧାରଣ ଜନତାଙ୍କ ବହୁତ ସହଯୋଗ ହୋଇପାରୁଛି ବର୍ତମାନ ପରିସ୍ଥିତିରେ କିଛି ସାଧାରଣ ସମସ୍ୟା ହେଉଥିବା ବେଳେ କୌଣସି କ୍ଷ୍ୟତି ହୋଇନାହିଁ, ଏପରି ପରିସ୍ଥତିରେ ଆଗାମୀ ଦିନରେ ସରକାରଙ୍କୁ କିଛି ମାତ୍ରାରେ ସହାୟକତା ଦେବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ୧୩ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବା । ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧନାରେ ଜିଲ୍ଲାରେ କାର୍ଜ୍ୟ ରତ ଥିବା ସମସ୍ତ ବିଭାଗର କର୍ମଚାରୀମାନେ ଗୋଟିଏ ଦିନର ନିଜର ଦରମା ପ୍ରଦାନ କରିଛନ୍ତି । ଆଗମୀଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢାଇବ ବୋଲି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ