ନାଉଗାଁ ବ୍ଳକରେ ଲକ ଡାଉନ
ନାଉଗାଁ:ସାରା ରାଜ୍ୟରେ କରୋନା ଭାଇରସ କାୟା ବିସ୍ତାର କରିଥିବା ବେଳେ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଦୋକାନ ଖୋଲି ଦୁଇ ବ୍ୟବସାୟୀଙ୍କ ନାମରେ ମାମଲା,ଗାଁରେ ପ୍ରଭାବ ଶୁନ୍ୟ ଗତ କିଛି ଦିନ ହେବ ଅନେକ ବିଦେଶ ଫେରନ୍ତା ଭାରତକୁ ଫେରିଥିବା ବେଳେ ତାହା ଚିନ୍ତାର କାରଣ ପାଲଟିଛି । ଏହି ଭୁତାଣୁ ଅଧିକ ସଂକ୍ରମଣ ନହେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ ଡାଉନ ଘୋଷଣା କରାଯାଇଛି । କିନ୍ତୁ ଏହି ଲକ ଡାଉନ ନାଉଗାଁ ବ୍ଳକରେ କିଛି ମାତ୍ରାରେ ପ୍ରଭାବ ପକାଉଥିବା ବେଳେ ଗାଁ ଗହଳିରେ ଏହା ପ୍ରଭାବ ଶୁନ୍ୟ ପରି ଲାଗୁଛି । ବୁଧବାର ଗଙ୍ଗଦା ବଜାରରେ ଦୁଇଜଣ ବ୍ୟବସାୟୀ ମନୋ ରଂଜନ ମହାନ୍ତି ଓ ନରେଶ ସେଠୀ ନିଜ ଦୋକାନ ଖୋଲିଥିବା ବେଳେ ନାଉଗାଁ ପୋଲିସ ପକ୍ଷରୁ ୨ ଜଣଙ୍କ ନାମରେ ମାମଲା ରୁଜୁ କରାଯିବା ସହିତ ପରେ ତାଙ୍କୁ ଛାଡି ଦିଆଯାଇଥିବା ଜଣାଯାଇଛି । କିନ୍ତୁ ନାଉଗାଁ ବଜାରରେ ମାଛ ଓ ପରିବା ଦୋକାନ ନିକଟରେ ସକାଳ ସମୟରେ ଭିଡ ଜମୁଥିବା ବେଳେ ସଂଧ୍ୟା ସମୟରେ ଅଯଥାରେ ଜନସାଧାରଣ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା । ସେହିପରି ବ୍ଳକର ତୁହୁଡା ତହସିଲ ପଡିଆ, ଗୋଠଦା ମଠ ସମ୍ମୁଖ, ଗୋଠଦା ଗାଦି ମଠସମ୍ମୁଖ, ତିରୁଣା ମନ୍ଦିର ସମ୍ମୁଖ ଓ ବିଭିନ୍ନ ଗ୍ରାମରେ ପିଲାମାନେ ଦଳ ଦଳ ହୋଇ କ୍ରିକେଟ ଖେଲୁଥିବା ବେଳେ ଅନେକ ଜନସାଧାରଣ ରାସ୍ତା ପାଶ୍ୱର୍ରେ ମେଳି ମେଳି ହୋଇ ତାସ ଖେଳୁଥିବାର ଦେଖାଯାଇଛି । ବ୍ଳକ ପ୍ରଶସାନ ପକ୍ଷରୁ ଗାଁ ମଧ୍ୟକୁ କୈାଣସି ପୋଲିସ ଗାଡି କିମ୍ବା ପିସିଆର ଗାଡି ନଯାଉଥିବାରୁ ମନଇଚ୍ଛା ଜନସାଧାରଣ ମାନେ ଇତଃସ୍ତତଃ ହୋଇ ବୁଲିଥିବାର ଦେଖାଯାଉଛି । ବିଡିଓ ରଶ୍ମିରେଖା ମଲିକ, ତହସିଲଦାର ଜେ.କଳ୍ପନା, ଥାନାଧିକାରୀ ଗୋବର୍ଦ୍ଧନ ସାହୁ ବିଭିନ୍ନ ସ୍ଥାନ ବୁଲି ଜନ ଗହଳି କରୁଥିବା ଜନସାଧାରଣଙ୍କୁ ଘଉଡାଉଥିବା ଜଣାଯାଇଛି ।