କର୍ଣ୍ଣାଟକରୁ ପୁଣି ଆଉ ଏକ ମୁଣ୍ଡ ନେଲା କରୋନା
ନୂଆଦିଲ୍ଲୀ : କରୋନା ଭାଇରସ୍ ସହ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ୨୧ ଦିନର ତାଲା ବନ୍ଦ ଘୋଷଣା କରିଛନ୍ତି। କିନ୍ତୁ ଦେଶରେ କରୋନାଙ୍କ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। କର୍ଣ୍ଣାଟକରୁ ପୁଣି ଆଉ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ଘଟିଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୮୦ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ଏବେ ୧୬ରେ ପହଞ୍ଚିଲାଣି। ଆଜି ଜମ୍ମୁକାଶ୍ମୀରରୁ କରୋନା ଯୋଗୁଁ ପ୍ରଥମ ମୃତ୍ୟୁର ଖବର ଆସିଥିବାବେଳେ ଏବେ କର୍ଣ୍ଣାଟକରୁ ଆଉ ଜଣକର ମୃତ୍ୟୁ ହୋଇଛି । ପୂର୍ବରୁ କର୍ଣ୍ଣାଟକରେ ଜଣକର କରୋନା ଯୋଗୁଁ ମୃତ୍ୟୁ ହୋଇଥିଲା।


