ମସ୍ଜିଦ୍ କମିଟିର ଇଫ୍ତାର ପାର୍ଟି

ଖୋର୍ଦ୍ଧା (ଜୁଗାବ୍ଦ ନ୍ୟୁଜ୍‍): ପ୍ରତିବର୍ଷ ପରି ଚଳିତ ବର୍ଷ ଖୋର୍ଦ୍ଧା ମସ୍ଜିଦ୍ କମିଟି ତରଫରୁ ଇଫତାର ପାର୍ଟି ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଯୋଗ ଦେଇଥିଲେ । ଇଫତାର ରୋଜା ଭଙ୍ଗ କରି ସମୂହ ନମାଜ ପାଠ ଓ ପବିତ୍ର ରମଜାନ ମାସର ଉପକାର ଓ ମାହତ୍ମ୍ୟ ଉପରେ ଆଲୋଚନା କରାଯାଇଥିଲା । ଏଥିରେ ଖୋର୍ଦ୍ଧା ଅଜୁମନ ଇ.ଇସଲାମିଆ ତରଫରୁ ସଭାପତି ରମଜାନ ଖାଁ ଓ ସମ୍ପାଦକ ହାଜିନାସିମୁଦ୍ଦିନ ଖାଁ ପ୍ରମୁଖ ଯୋଗ ଦେଇ ବିଧାୟକଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ମସ୍ଜିଦ୍ କମିଟିର ସଭାପତି ହବିବ ବକ୍ସ, ସମୀର ବକ୍ସ, ଜବାର ବକ୍ସ, ନାସିର ମହମ୍ମଦ, ନାସିରୁଦ୍ଧିନ ଖାଁ, ଅଫସର ଅଲ୍ଲୀ, କୋ÷ଶର ଅଲ୍ଲୀ ଖାଁ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ କମିଟିର ଉପସଭାପତି ସୟଦ ଲିୟାକତ ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ