ପୋଷା ପ୍ରାଣୀଙ୍କୁ ନିଜ ସନ୍ତାନ ଭଳି ପାଳନ୍ତି ଜନଜାତି

ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ । ସୁଦାନରେ ବାସ କରୁଥିବା ମୁନ୍ଦରୀ ଜନଜାତି ପୋଷା ଗୃହପାଳିତ ପ୍ରାଣୀଙ୍କୁ ନିଜ ସନ୍ତାନ ଭଳି ଲାଳନପାଳନ କରିଥାନ୍ତି । ଏହି ଜନଜାତି ଗୋମୂତ୍ରରେ ମୁଣ୍ଡ ଧୋଇବାକୁ ପସନ୍ଦ କରନ୍ତି । ଏଥିରେ ଥିବା ଏମୋନିଆ ସେମାନଙ୍କ କେଶର ରଙ୍ଗ ପରିବର୍ତ୍ତନ କରିଦେଇଥାଏ । କୌଣସି ଉତ୍ସବ ଅବା ପର୍ବପର୍ବାଣୀ ପୂର୍ବରୁ ଏହି ଜନଜାତି ଗୋମୂତ୍ରରେ ମୁଣ୍ଡ ଧୋଇଥାନ୍ତି । ସେମାନେ ଗୃହପାଳିତ ପ୍ରାଣୀଙ୍କ ମେଳରେ ରାତିରେ ଶୋଇଥାନ୍ତି । ପୋଷାଜୀବଙ୍କୁ ଜୀବନର ପ୍ରତିଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସେମାନେ ସାମିଲ୍ କରିବା ସହିତ ତାଙ୍କର ଭାରି ଯତ୍ନ ମଧ୍ୟ ନିଅନ୍ତି । ଏଠାରେ ଦିନସାରା ପ୍ରାୟତଃ ପ୍ରବଳ ଗରମ ହୋଇଥାଏ । ତେଣୁ ପୋଷା ପ୍ରାଣୀଙ୍କ ଶରୀରକୁ ଥଣ୍ଡା ରଖିବା ପାଇଁ ଏହି ଜନଜାତି ସେମାନଙ୍କ ଦେହରେ କାଦୁଅ ବୋଳିଥାନ୍ତି । ପୋଷା ପ୍ରାଣୀର ମୃତ୍ୟୁରେ ସେମାନେ ମନଦୁଃଖରେ କନ୍ଦାକଟା କରିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ