ଜିଲ୍ଲାର ୬୦ରୁ ଉର୍ଦ୍ଧ୍ୱ ଶ୍ରମିକ ରାଜ୍ୟ ବାହାରେ ଅଟକି ରହିଥିବାରୁ ସେମାନଙ୍କୁ ଉଦ୍ଧାର ପାଇଁ ଜିଲ୍ଲାପାଳଙ୍କୁ ନିବେଦନ

କେନ୍ଦ୍ରାପଡା:କରୋନା ସଂକ୍ରମଣ ଜନିତ କଟକଣା ଯୋଗୁଁ ବିଭିନ୍ନ କମ୍ପାନୀ ଓ ଠିକାଦାରମାନେ କାର୍ଯ୍ୟବଦ କରିଦେବାରୁ ଜିଲ୍ଲାର କେନ୍ଦ୍ରାପଡା,ମାର୍ଶାଘାଇ ଓ ଗରଦପୁର ବ୍ଲକ ଅଚଂଳର ୬୦ରୁ ଉର୍ଦ୍ଧ୍ୱ ଶ୍ରମିକ ଆନ୍ଧ୍ରପ୍ରଦେଶର ଗୁଂଟୁର ଜିଲ୍ଲାର ବିଭିନ୍ନ ଅଚଂଳରେ କାମନପାଇ ଘରକୁ ଫେରିବାକୁ ଚାହିଁଲେ ମଧ୍ୟ ପାଖରେ ଅର୍ଥ ନଥିବାରୁ ଫେରିନପାରି ଭୋକ ଉପାସରେ ସେଠାରେ ପଡିରହିଥିବା ସେମାନେ ଏକ ଭିଡିଓ ମାଧ୍ୟମରେ ଜଣାଇଛନ୍ତି । ତେଣୁ ସେମାନଙ୍କୁ ସେଠାରୁ ଉଦ୍ଧାର କରାଯିବାକୁ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀମୂଲିଆ ସଙ୍ଘ ପକ୍ଷରୁ ଜିଲ୍ଲା ସଭାପତି ଫକିର ଚରଣ ଖଟୁଆ ଓ ସାଧାରଣ ସମ୍ପାଦକ ବିଧୁଭୂଷଣ ମହାପାତ୍ର ଆଜି ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ନିବେଦନ କରିଛନ୍ତି । ଏଥିସହିତ ଜିଲ୍ଲାର ନିର୍ମାଣ ଶ୍ରମିକମାନଙ୍କ ମୃତ୍ୟୁ କାଳିନ ସହାୟତା ଓ ପାଠପଢା ସହାୟତା ପ୍ରଦାନ କରାଯିବାକୁ ନିବେଦନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ