୩୦ଜଣ ତାଲିମପ୍ରାପ୍ତ ବିଏଫଟିଙ୍କୁ ଜିଲ୍ଲାପାଳ ସାର୍ଟିଫିକେଟ ପ୍ରଦାନ କଲେ
ଛତ୍ରପୁର ମନରେଗା କାର୍ୟ୍ୟରେ ଅଧିକରୁ ଅଧିକ ମାତ୍ରାରେ ଶ୍ରମ ନିୟୋଜିତ କରିବା ଏବଂ ଠିକ୍ ଭାବେ କାର୍ୟ୍ୟ କରିବା ସହ ନିର୍ଦ୍ଧାରିତ ସମୟ ସୀମା ଭିତରେ କାର୍ୟ୍ୟ କରିବା ନିମନ୍ତେ ଏବେ ବ୍ଲକର ଯନ୍ତ୍ରୀ ମାନଙ୍କୁ ସହଯୋଗ କରିବା ନିମନ୍ତେ ବେର ଫୁଡ୍ ଟେକିନିସିଆନ(ବିଏ୍ଫଟି) ମାନଙ୍କୁ ସାମିଲ କରାଯାଇଛି । ଏଥି ନିମନ୍ତେ ଆବେଦନ କରିଥିବା ଶିକ୍ଷିତ ଯୁବକ /ଯୁବତୀ ମାନେ ବିଏଫଟି ର କାର୍ୟ୍ୟ ଉପରେ ଭୂବନେଶ୍ୱରର ପର୍ୟ୍ୟାୟକ୍ରମେ ତାଲିମ ଗ୍ରହଣ କରିଛନ୍ତି । ଏମାନେ ମନରେଗା କାର୍ୟ୍ୟ କିପରି ପଞ୍ଚାୟତ ଗୁଡିକରେ ଚାଲୁଛି ଏବଂ କାର୍ୟ୍ୟଶୈଳୀକୁ ବ୍ଲକର ଯନ୍ତ୍ରୀଙ୍କ ସହ ମିଶି ତଦାରଖ କରିବେ । ପ୍ରତ୍ୟେକ ବ୍ଲକର୩ କିମ୍ବା ୪ଟି ପଞ୍ଚାୟତରେ ଜଣେ ଜଣେ ଲେଖାଁଏ ବିଏଫଟି ନିଯୁକ୍ତି ହେବେ ଏମାନେ ସେହି ଅଂଚଳର ଯନ୍ତ୍ରୀ ମାନଙ୍କ ୁ ସହଯୋଗ କରିବେ । ଏହିପରିପ୍ରେକ୍ଷୀ ଗଂଜାମ ଜିଲ୍ଲାର ୨୨ଟି ବ୍ଲକ ନିମନ୍ତେ ପ୍ରାୟ ୧୨୪ଟି ଯୁବକ /ଯୁବତୀ ଙ୍କୁ ଚୟନ କରାଯାଇଥିବା ବେସରକାରୀ ଭାବେ ଜଣାପଡିଛି । ଭୂବନେଶ୍ୱର ରେ ତାଲିମପ୍ରାପ୍ତ ଗଂଜାମ ଜିଲ୍ଲାର ପ୍ରଥମ ପର୍ୟ୍ୟାୟରେ ୩୦ଜଣ ବିଏଫଟିକୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିବା ଆଜି ଦ୍ୱିତୀୟ ପର୍ୟ୍ୟାୟରେ ଦିଗପହଣ୍ଡି, ଗଂଜାମ , ହିଞ୍ଜିଳି, କବିସୂର୍ୟ୍ୟନଗର, ଜଗନ୍ନାଥ ପ୍ରସାଦ, ଖଲିକୋଟ ଓ କୁକୁଡାଖଣ୍ଡି ବ୍ଲକର ୩୦ଜଣ ତାଲିମପ୍ରାପ୍ତ ବିଏଫଟି ମାନଙ୍କୁ ସ୍ଥାନୀୟ ଡିଆରଡିଏ କାର୍ୟ୍ୟାଳୟର ରୁଷିକୂଲ୍ୟାସମ୍ମିଳନୀ କକ୍ଷରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ରହି ସାଟିଫିକେଟ ପ୍ରଦାନ କରିଛନ୍ତି । ପ୍ରଥମ/ ଦ୍ୱିତୀୟ ପର୍ୟ୍ୟାୟର ତାଲିମପ୍ରାପ୍ତ ବିଏଫଟି ମାନେ ଜୁନ ୧ତାରିଖ ଠାରୁ ନିଜ ନିର ବ୍ଲକର ବିଡିଓ ମାନଙ୍କୁ ସାର୍ଟିଫିକେଟ ଦେବେ ବିଡିଓ ମାନେ ସେମାନଙ୍କୁ କେଉଁ ଅଂଚଳର ପଞ୍ଚାୟତ ଗୁଡିକରେ କାର୍ୟ୍ୟକରିବା ନିମନ୍ତେ ସେମାନଙ୍କୁ ସାମିଲ କରିବେ । ଏହି ସାଟିଫିକେଟ୍ ପ୍ରଦାନ ବେଳେ ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ , ଏପିଡି ଦେବବ୍ରତ ସାହୁଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।