ଲକଡାଉନ ନ ଖୋଲିବା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହିବ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କରୋନା ଭାଇରସ କୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଥିବା ବେଳେ ଲକ ଡାଉନ ସମୟରେ ଜନସାଧାରଣ ଙ୍କୁ ସଚେତନ ହୋଇ କେବଳ ନିଜ ଘରେ ରହିବାକୁ ପରାମର୍ଶ ଦିଆଯାଉଛି।ଅତ୍ୟାବଶ୍ୟକ ସ୍ଥଳେ ହିଁ ଘରୁ ବାହାରକୁ ବାହାରି ବାକୁ କୁହାଯାଉଥିବା ବେଳେ ବହୁ ଲୋକ ଏହି ନିୟମ କୁ ନମାନି ମନଇଚ୍ଛା ଏଣେ ତେଣେ ବୁଲୁଥିବା ଦେଖିବାକୁ ମିଳୁଛି।ପ୍ରଶାସନ ଓ ପୋଲିସ ତରଫରୁ ବାରମ୍ବାର ଲୋକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ସେମାନେ ସୁଧୁରିବାର ନାଁ ଧରୁନାହାନ୍ତି।ବିଶେଷ କରି ବାହାରୁ ବହୁ ଲୋକ ନିଜ ଗ୍ରାମକୁ ଫେରୁଥିଲେ ମଧ୍ୟ ସେମାନେ ମେଡିକାଲ ରେ ନିଜ ସ୍ବାସ୍ଥ୍ୟ ପରୀକ୍ଷା କରୁ ନ ଥିବାରୁ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ତେବେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଡୁମାକୁମ୍ପା ଓ ଅଗଝୋଳ ଗ୍ରାମର ଗ୍ରାମବାସୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି।ଫଳରେ କେବଳ ନିଜ ଗ୍ରାମର ଲୋକଙ୍କ ବ୍ୟତୀତ ଅନ୍ୟ କୌଣସି ଲୋକଙ୍କୁ ଗ୍ରାମରେ ପଶିବାକୁ କଟକଣା ଲଗାଇଛନ୍ତି।ଲକଡାଉନ ନ ଖୋଲିବା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହିବ ବୋଲି ସେମାନେ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ