ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ’ର ପ୍ରଥମ ଦିନରେ ୮୨ ପର୍ଯ୍ୟଟକ

କୋଣାର୍କ(ଜୁଗାବ୍ଦ ନ୍ୟୁଜ୍‍): ୨୮ ଦିନ ପରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ସୂର୍ଯ୍ୟମନ୍ଦିର ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ । ଶୁକ୍ରବାର ସଂଧ୍ୟା ସାଢ଼େ ୭ରୁ ୮ଟା୧୦ ପର୍ଯ୍ୟନ୍ତ ପ୍ରଥମ ଏହି ସୋ ଚାଲିଥିଲା । ସୋ ଦେଖିବାକୁ ୮୨ ପର୍ଯ୍ୟଟକ ଟିକେଟ କାଟି ମନ୍ଦିର ଭିତରେ ପ୍ରବେଶ କରିଥିଲେ ଏବଂ ଟିକେଟ ମୂଲ୍ୟ ୫୦ଟଙ୍କା ରଖାଯାଇଛି । ଅତ୍ୟାଧୁନିକ ପ୍ରୋଜେକ୍ଟର ସାହାଯ୍ୟରେ ମୁଖଶାଳା ଓ ନାଟ୍ୟମନ୍ଦିରରେ ରଂଗୀନ ଆଲୁଅର ଚିତ୍ତାକର୍ଷକ କାହାଣୀ ଦେଖିବାକୁ ମିଳୁଛି । ପର୍ଯ୍ୟଟକମାନେ ହେଡଫୋନ ମାଧ୍ୟମରେ ଇଂରାଜୀ, ହିନ୍ଦୀ ଓ ଓଡ଼ିଆ ଭାଷାରେ କବୀର ବେଦୀ, ଶେଖର ସୁମନ ଓ ବିଜୟ ମହାନ୍ତିଙ୍କ ସ୍ୱରରେ ସୂର୍ଯ୍ୟମନ୍ଦିର ଐତିହ୍ୟ ସମ୍ପର୍କରେ ୪୦ ମିନିଟର ତଥ୍ୟଭିତ୍ତିକ ବିବରଣୀ ଶୁଣିବାକୁ ପାଉଛନ୍ତି । ସୂର୍ଯ୍ୟମନ୍ଦିର ଉପାଖ୍ୟାନକୁ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ମାଧ୍ୟମରେ ମନ୍ଦିର ପ୍ରସ୍ତର ଦେହରେ ଚିତ୍ରଣ କରାଯାଇଛି । ପର୍ଯ୍ୟଟକ ଅଧିକ ହେଲେ ଦ୍ୱିତୀୟ ସୋ ଚାଲିବ ବୋଲି ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ