ବ୍ରାଉନ ସୁଗାର ବେପାରୀଙ୍କୁ ଧରି ଥାନାକୁ ଜିମା ଦେଲେ ଗ୍ରାମବାସୀ

ନାଉଗାଁ:ବାଲିକୁଦା ବ୍ଳକ ଚଅଁରପୁର ଗ୍ରାମର ଏକ ଯୁବକ ବ୍ରାଉନ ସୁଗାର ପାଖରେ ରଖି ନାଉଗାଁ ଥାନା ଅନ୍ତର୍ଗତ ଅଲଣା ପଂଚାୟତ ଶଠଳପୁର ଗ୍ରାମକୁ ଆସିଥିଲା । ସେଠାରେ ଗ୍ରାମବାସୀଙ୍କର ସନ୍ଦେହ ହେବାରୁ ଉକ୍ତ ଯୁବକକୁ ସେମାନେ କାବୁ କରି ପୋଲିସର ଜିମା ଦେଇଥିଲେ । ପୋଲିସ ଉକ୍ତ ଯୁବକ ଠାରୁ ଧୁସର ରଙ୍ଗର କିଛି ଗୁଣ୍ଡ କାଗଜରେ ଭଙ୍ଗା ହୋଇ ରହିଥିବା ଜବତ କରିଛି । ଏହା ବ୍ରାଉନ ସୁଗାର କି ଆଉ କିଛି ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ । ଥାନାଧିକାରୀ ଗୋବର୍ଦ୍ଧନ ସାହୁଙ୍କ ସୂଚନା ମୁତାବକ ଉକ୍ତ ଯୁବକ ବିଭିନ୍ନ ନିଶା ଦ୍ରବ୍ୟ ଖାଉ ଥିବାରୁ କିଛି ଦିନ ତଳେ ପରିବାର ଲୋକଙ୍କ ପକ୍ଷରୁ ତାକୁ ନିଶା ନିବାରଣ କେନ୍ଦ୍ରରେ ଛଡା ଯାଇଥିଲା । ତେଣୁ ପୁନର୍ବାର ଆସି ସେ ନିଶା ଖାଉଥିବା ବୋଲି ସନ୍ଦେହ କରାଯାଉଛି । ତେଣୁ ଏହା ବ୍ରାଉନ ସୁଗାର କି ନୁହେଁ ଅବକାରୀ ବିଭାଗକୁ ଖବର ଦିଆଯାଇଛି ସେମାନେ ଆସିଲେ ଏହାକୁ ପରୀକ୍ଷା କରାଯିବ । ପରୀକ୍ଷା ପରେ ଯଦି ଏହା ବ୍ରାଉନ ସୁଗାର ହୋଇଥିବ ତାହେଲେ ତାକୁ ଗିରଫ କରାଯାଇ କୋର୍ଟ ପଠାଯିବ ବୋଲି ଥାନାଧିକାରୀ ସାହୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ