ସାମ୍ବାଦିକଙ୍କ ଭାତୃ ବିୟୋଗ

 ହାଟଡିହି,(ଓ୍ବାଇଏନଏସ) : କେନ୍ଦୁଝର ଜିଲ୍ଲା  ହାଟଡିହି ବ୍ଲକ ପଢିଆରିପଲ୍ଲୀ ଗ୍ରାମର ଗୋଲଖ ପ୍ରସାଦ ରାଉତ୍ (୬୪)ଙ୍କ ପରଲୋକ ହୋଇଯାଇଛି। ସେ ସାମ୍ବାଦିକ ଗୋପାଳ କୃଷ୍ଣ ରାଉତଙ୍କ ବଡ଼ ଭାଇ ଥିଲେ। ଗୋଲଖ ଦୀର୍ଘ ଦିନ ହେଲା କର୍କଟ ରୋଗରେ  ଆକ୍ରାନ୍ତ ହୋଇ  ଚିକିତ୍ସିତ ହେଉଥିଲେ। ତାଙ୍କର  ଶୁକ୍ରବାର ଅପରାହ୍ନରେ  ପରଲୋକ ଘଟିଛି । ସେ ଜଣେ ସମାଜସେବୀ, ପରୋପକାରୀ  ବ୍ୟକ୍ତି ଭାବେ ପରିଚିତ ଥିଲେ। ତାଙ୍କ ବିୟୋଗରେ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପରଲୋକ ଖବର ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବିଜେପି  ନେତା ଆଲୋକ ସେଠୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ,ଜିଲ୍ଲା ପରିଷଦ ସଦସ୍ୟ ବିମ୍ବାଧର ବିଶ୍ଵାଳ, ନରେନ୍ଦ୍ର ନାୟକ,ଶତ୍ରୁଘ୍ନ ପାତ୍ର,ପର୍ଶୁରାମ ପେଡା,ସରପଞ୍ଚ ଅଜିତି ରାଉତ୍, ନିକୁଞ୍ଜ ଓଝା,ଙ୍କ ସମେତ ବହୁ  ମାନ୍ୟଗଣ୍ୟ ବ୍ୟକ୍ତି  ତାଙ୍କ ବାସଭବନରେ ପହଞ୍ଚି ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ।  ତାଙ୍କ ମର ଶରୀରକୁ ଗ୍ରାମ ପରିକ୍ରମା କରାଯାଇ ଶେଷକୃତ୍ୟ କରାଯାଇଥିଲା। ସାନପୁଅ ଦିପୁନୁ ମୁଖାଗ୍ନି ଦେଇଥିଲେ। ବଡ଼ପୁଅ ବିଭୂତି, ସାନଭାଇ ଗୋପାଳ,ଚତ୍ରୁଭୂଜ ,ପ୍ରଦୀପ, ସାନିଆ,  ବାଜୁଆ, ଦିଲୁ ସମସ୍ତ ପରିବାର ସଦସ୍ୟ ଉପସ୍ଥିତି ଥିବାବେଳେ ଗ୍ରାମବାସୀ ଓ ଅନେକ ବନ୍ଧୁ ପରିଜନ ଶେଷକୃତ୍ୟରେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ