ରେମୁଣା ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ସମାରୋହ ପାଳିତ

ବାଲେଶ୍ୱର: ଜାନୁଗଞ୍ଜ ଗୋଲେଇଛକଠାରେ ବ୍ଲକ ସଭାପତି ଗୋପୀନାଥ ସେନାପତିଙ୍କ ସଭାପତିତ୍ୱରେ ବିଜୁ ଜନତା ଦଳ ତରଫରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀ ସମାରୋହ ପାଳନ ହୋଇଯାଇଛି । ଉକ୍ତ ସଭାରେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ପର୍ଯ୍ୟବେକ୍ଷକ ଅଜୟ କୁମାର ନାୟକ, ସାଂସଦଙ୍କ ପ୍ରତିନିଧି ପ୍ରଭାତ କୁମାର ବିଶ୍ୱାଳ, ବ୍ରିଟ୍ ଅଧ୍ୟକ୍ଷ ଗୌରୀ କୁମାର ରାଉତ, ବରିଷ୍ଠ ଆଇନଜୀବୀ ନଳିନୀ କୁମାର ପଣ୍ଡା, ବିଜୁ ଯୁବ ଯନତା ଦଳର ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ, ରବି ରାଉତ, ରବି ଦାସ, ପୂର୍ବତନ ବ୍ଲକ ଚେୟାରମ୍ୟାନ ମନୋରଞ୍ଜନ ରାଉତ, ଯୁବନେତା ଦୀପକ ମଲ୍ଲିକ, ସୁଧାଂଶୁ ଶେଖର ପରିଡା, ଜିଲ୍ଲା ମହିଳା ଉପସଭାପତି ବିଦ୍ୟୁତ୍ ଲତା ସାହୁ, ଅମରେଶ ମାଝୀ, କୃଷ୍ଣ ମୋହନ ଦାସ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଉର୍ମିଲତା ଦାସ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଉପସ୍ଥିତ ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତା ତଥା ସାଧାରଣ ଜନତାଙ୍କୁ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ