ଗଜପତିରେ ଆମ୍ବମେଳା ମାତ୍ର ୩୫ ଟଙ୍କାରେ ୧କିଲୋ ଆମ୍ବ ମିଲିବ
ପାରଳାଖେମୁଣ୍ଡି, ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଆମ୍ବମେଳା ଉଦ୍ଘାଟିତ ହୋଇଯାିଚି । ପାରଳାଖେମୁଣ୍ଡି ଗୁଣ୍ଡିଚା ମନ୍ଦିର ସମ୍ମୁଖ ପଡିଆରେ ଆମ୍ବମେଳା ଆଜିଠାରୁ ଆରମ୍ଭ ହୋଇଛି । ଏହି ମେଳା ଆଗାମୀ ୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କ ଉଦ୍ୟମରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହା ଆରମ୍ଭ ହଇଛି । ଗଜପତି ଜିଲ୍ଲାର ଆମ୍ବ ଚାଷୀଙ୍କୁ ସିଧାସଳଖ ଉଚିତ ମୁଲ୍ୟ ଦେଇ ଲାଭବାନ କରିବା ସହ ଲୋକେ କମ୍ ଦରରେ ଉନ୍ନତ କିସମର ଆମ୍ବ ପାଇବା ଉଦେଶ୍ୟ ନେଇ ଆମ୍ବ ମେଳା ଆରମ୍ଭ ହୋଇଛି । ଗୁଣ୍ଡିଚା ମନ୍ଦିର ପଡିଆରେ ଆମ୍ବ ମେଳାର ଷ୍ଟାଲ ଖୋଲାଯାଇ ଗଜପତି ଜିଲ୍ଲାର ଆର.ଉଦୟଗିରି,ନୁଆଗଡ,ମୋହନା,ଗୁମ୍ମା,ରାମଗିରି ଆଦି ଅଞ୍ଚଳର ଚାଷୀ ମାନଙ୍କ ଦ୍ୱାରା ଆମ୍ବ ବିକ୍ରୀ ଚାଲିଛି । ବିଭିନ୍ନ ଉନ୍ନତ କିସମର ଆମ୍ବ ଯଥା ପାଲି,ଲେଙ୍ଗଡା,ଦଶେରୀ,ମଲ୍ଲିକା,ସୁନ୍ଦରୀ,ବାଇଗଣପଲ୍ଲି ଆଦି ଆମ୍ବ ମାତ୍ର ୩୫ ଟଙ୍କା ଦରରେ ବିକ୍ରୀ ଚାଲିଛି । ବଜାରରେ ଏହି କିସମର ଆମ୍ବ ଦର କିଲୋପ୍ରତି ୬୦ରୁ୮୦ ଟଙ୍କା ରହିଛି । ଓରମାସର ଉପନିର୍ଦ୍ଦେଶକ ଗୁଣ୍ଡିଚା ବେହେରା ଏହାକୁ ପରିଚାଳନା କରୁଛନ୍ତି ।


