ନିଜ ଅଧିକାରୀଙ୍କୁ ହତ୍ୟା କଲେ କିମ୍ ଜଙ୍ଗ୍

ନିଜର ଜଣେ ବରିଷ୍ଠ ଅଧିକାରୀଙ୍କୁ ଉତ୍ତରକୋରିଆର ଏକ ଛତ୍ରବାଦୀ ଶାସକ କିମ ଜଙ୍ଗ୍ ଉନ୍ ହତ୍ୟା କରିଛନ୍ତି । ଆମେରିକା ସହ ତାଙ୍କର ଚାଲିଥିବା କଥାବାର୍ତ୍ତା ସଫଳ ନହେବାରୁ ଏହି ଅଧିକାରୀମାନଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ପ୍ରକାଶ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କିମ୍ ଜଙ୍ଗ୍ ଉନ୍ଙ୍କ ଦ୍ୱିତୀୟ ପର୍ଯ୍ୟାୟ କଥାବାର୍ତ୍ତା କୌଣସି କାରଣବଶତଃ ହୋଇପାରିନଥିଲା । ଏହାପରେ କିଛି ବରିଷ୍ଠ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ଦକ୍ଷିଣ କୋରିଆର ଏକ ଖବର ପ୍ରକାଶନ ସଂସ୍ଥା ସୂଚନା ଦେଇଛି । ଟ୍ରମ୍ପ୍ ଓ କିମ୍ଙ୍କ ମଧ୍ୟରେ କିମ୍ ହ୍ୟୋକ୍ ଚୋଲ ନାମକ ବରିଷ୍ଠ ଅଧିକାରୀ କଥାବାର୍ତ୍ତା ପାଇଁ ପ୍ରସ୍ତାବ ଦେଇଥିଲେ, ସେ ଏହାର ଆୟୋଜନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଗତ ମାର୍ଚ୍ଚ ମାସରେ ଏମାନଙ୍କୁ ଉତ୍ତରକୋରିଆର ରାଜଧାନୀ ନିକଟରେ ଥିବା ଏକ ବିମାନ ବନ୍ଦରରେ ଗୁଳି କରି ହତ୍ୟା କରାଯାଇଥିବା ଖବର ପ୍ରକାଶିତ ହୋଇଛି । ଉତ୍ତରକୋରିଆର ଶାସନମୁଖ୍ୟଙ୍କ ସହ ବିଶ୍ୱାସଘାତ କରିଥିବା ଅଭିଯୋଗରେ ଏମାନଙ୍କୁ ହତ୍ୟା କରାଯାଇଛି । ହ୍ୟୋକ୍ଙ୍କ ସହ ଅନ୍ୟ ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ମାତ୍ର କେଉଁ ସୁତ୍ରରୁ ଏହି ସୂଚନା ମିଳିଛି ସମ୍ପୃକ୍ତ ଖବର ପ୍ରକାଶନ ସଂସ୍ଥା ତାହା ପ୍ରକାଶ କରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ