ମିଶନଶକ୍ତି ପକ୍ଷରୁ ଜିଲ୍ଲାରେ ୯୨୬୦ ଗୋଷ୍ଠି ରନ୍ଧାଖାଦ୍ୟ ପ୍ରଦାନ

କେନ୍ଦ୍ରାପଡା : ଜିଲ୍ଲା ପ୍ରଶାସନର ନିର୍ଦେଶକ୍ରମେ ମିଶନଶକ୍ତି ପକ୍ଷରୁ ଜିଲ୍ଲାର ୯ଟି ବ୍ଲକରେ ଗୋଷ୍ଠି ରନ୍ଧାଖାଦ୍ୟ ପ୍ରସ୍ତୁତ କରାଯାଇ ଲୋକମାନଙ୍କୁ ପ୍ରଦାନ କରାଯାଇଛି । ମିଶନଶକ୍ତିର ଜିଲ୍ଲା ସଂଯୋଜକ କୈଳାସ ଚନ୍ଦ୍ର ସେନାପତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜିଲ୍ଲାର ଆଳି ବ୍ଲକର ଗୋଟିଏ ସ୍ୱୟଂ ସହାୟିକା ଗୋଷ୍ଠି ଦ୍ୱାରା ଏକଶହ ମିଲ, ଡେରାବିଶ ବ୍ଲକର ୨୫ଟି ସ୍ୱୟଂ ସହାୟିକା ଗୋଷ୍ଠି ଦ୍ୱାରା ୨୦୦୧ଟି ମିଲ, ଗରଦପୁର ବ୍ଲକର ୧୬ଟି ସ୍ୱୟଂ ସହାୟିକା ଗୋଷ୍ଠି ଦ୍ୱାରା ୧୩୩୦ମିଲ, କେନ୍ଦ୍ରାପଡା ବ୍ଲକର ଗୋଟିଏ ସ୍ୱୟଂ ସହାୟିକା ଗୋଷ୍ଠି ଦ୍ୱାରା ୬୧ଟି ମିଲ, ମହାକାଳପଡା ବ୍ଲକର ୭ଟି ସ୍ୱୟଂ ସହାୟିକା ଗୋଷ୍ଠି ଦ୍ୱାରା ୨୩୦ଟି ମିଲ, ମାର୍ଶାଘାଇ ବ୍ଲକର ୧୯ଟି ସ୍ୱୟଂ ସହାୟିକା ଗୋଷ୍ଠି ଦ୍ୱାରା ୯୩୫ଟି ମିଲ, ରାଜକନିକା ବ୍ଲକର ୨ଟି ସ୍ୱୟଂ ସହାୟିକା ଗୋଷ୍ଠି ଦ୍ୱାରା ୨ଶହ ମିଲ, ପଟ୍ଟାମୁଣ୍ଡାଇ ବ୍ଲକର ୩୧ଟି ସ୍ୱୟଂ ସହାୟିକା ଗୋଷ୍ଠି ଦ୍ୱାରା ୩୧ଶହ ମିଲ ଓ ରାଜନଗର ବ୍ଲକର ୧୯ଟି ସ୍ୱୟଂ ସହାୟିକା ଗୋଷ୍ଠି ଦ୍ୱାରା ୧୩୦୩ଟି ମିଲ ପ୍ରସ୍ତୁତ କରାଯାଇ ଲୋକମାନଙ୍କୁ ଯୋଗାଇ ଦିଆଯାଇଥିବା ମିଶନଶକ୍ତି ଜିଲ୍ଲା ସଂଯୋଜକ ସେନାପତିଙ୍କ ଠାରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ