ରାଜ୍ୟ ବାହାରେ ଫସିଥିବା ଲୋକଙ୍କ ସହାୟତା ପାଇଁ ହେଲ୍ପଲାଇନ ନମ୍ବର
ଯାଜପୁର:ଜିଲାର ଅଧିବାସୀ ଯଦି ରାଜ୍ୟ କିମ୍ବା ରାଜ୍ୟ ବାହାରେ ଲକ ଡାଉନ ଯୋଗୁଁ ପଂସି ଯାଇଛନ୍ତି ତେବେ ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରତିଶୃତି ଦେଇଛି ଜିଲା ପ୍ରଶାସନ । ଏ ନେଇ ପ୍ରଶାସନ ପକ୍ଷରୁ ୫ଟି ହେଲପ୍ ଲାଇନ ନମ୍ବର ଜାରି କରିଛି ପ୍ରଶାସନ । ସେହି ନମ୍ବର ଗୁଡିକ ହେଲା ୦୬୭୨୮୨୨୦୦୧, ୮୮୯୫୨୬୬୩୪୦, ୮୯୧୭୬୮୧୩୪୩, ୭୦୬୫୭୪୨୮୦୦, ୮୮୯୫୫୧୨୧୯୦ । ବର୍ତମାନ ସମୟରେ ସାରା ଦେଶରେ ଲକ ଡାଉନ ଜାରି ରହିଥିବାରୁ ରାଜ୍ୟ ବାହାରୁ ଅନେକ ଯାଜପୁର ବାସୀ ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିବା ପରେ ପ୍ରଶାସନ ପକ୍ଷରୁ ଏଭଳି ଉଦ୍ୟମ ଆରମ୍ଭ ହୋଇଛି । ଏ ନେଇ ଅଭିଯୋଗ ମିିଳିବା ପରେ ସଂପୃକ୍ତ ଅଂଚଳର ଜିଲା ପ୍ରଶାସନ ସହିତ ଯୋଗାଯୋଗ କରି ସେମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ।


