କଟକଣାରେ ଚାଲିଲା ସାପ୍ତାହିକ ହାଟ, ନିୟମ ଭିତରେ ରହି ସାମଗ୍ରୀ କିଣିଲେ ଲୋକେ

ବନ୍ତ (ଯୁଗାଦ୍ଧ ନ୍ୟୁଜ୍‌) : ବନ୍ତ ସଦର ମହକୁମାରେ ଅବସ୍ଥିତ ସାପ୍ତାହିକ ହାଟ ପ୍ରଶାସନିକ କଟକଣା ମଧ୍ୟରେ ଚାଲିଥିବାର ଦେଖାଯାଇଛି । ଏହି ହାଟ ସପ୍ତାହରେ ବୁଧବାର ଓ ରବିବାର ଅନୁଷ୍ଠିତ ହେଉଥିବା ବେଳେ ଗତ ବୁଧବାର ହାଟ ମାନ୍ଦା ପଡିଥିଲା । ସେଦିନ ୪ରୁ ୫ ଜଣ ବେପାରୀ ଆସିଥିବାରୁ ହାଟରେ ଲୋକ ନଥିବାର ଦେଖାଯାଇଥିଲା । ମାତ୍ର ରବିବାର ହାଟ ପାଇଁ ପ୍ରଶାସନ ପକ୍ଷରୁ କଟକଣା କରାଯାଇଥିଲା । ହାଟ ମଧ୍ୟରେ ଥିବା ସମସ୍ତ ବେପାରୀଙ୍କ ସମ୍ମୁଖରେ ଧଳା ଗୋଲେଇ ବୁଲା ଯାଇଥିବାର ଦେଖାଯାଇଥିଲା । ଲୋକ ମାନେ ଉକ୍ତ ଗୋଲେଇ ଭିତରେ ରହି ସାମଗ୍ରୀ କିଣୁ ଥିଲେ । ଯେଉଁ ମାନେ ନିୟମ ପାଳନ କରୁନଥିଲେ ସେମାନଙ୍କୁ ସାମଗ୍ରୀ ମିଳୁ ନଥିଲା । ଖୋଦ୍ ତହସିଲଦାର ହାଟ ଭିତରେ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରୁଥିଲେ । ପୋଲିସ କର୍ମଚାରୀ ମାନେ ଲୋକ ମାନଙ୍କୁ ଗୋଲେଇ ଭିତରେ ଛିଡା ହୋଇ ସାମଗ୍ରୀ କିଣିବାକୁ ପରାମର୍ଶ ଦେଉଥିଲେ । ଆଜିର ହାଟ ଦିନତମାମ ଚାଲିବ ବୋଲି ତହସିଲଦାର କହିଥିଲେ । ବିଶେଷକରି ସାମାଜିକ ଦୂରତା ପାଳନ କରିବା ପାଇଁ ଉପସ୍ଥିତ ତହସିଲଦାର ଲୋକ ମାନଙ୍କୁ ବୁଝାଉଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ