‘କରୋନା ଷ୍ଟଡି ସିରିଜ’ ନାମରେ ପୁସ୍ତକ ପ୍ରସ୍ତୁତ କରିବ ‘ନାସନାଲ ବୁକ ଟ୍ରଷ୍ଟ

ନୂଆଦିଲ୍ଲୀ : ମାନବ ସମାଜ ଉପରେ କରୋନା ସଂକ୍ରମଣର ଗଭୀର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ମନସ୍ତାତ୍ଵିକ ପ୍ରଭାବକୁ ଦୃଷ୍ଟିରେ କେନ୍ଦ୍ର ମାନବ ସମ୍ପଦ ବିକାଶ ମନ୍ତ୍ରଣାଳୟ ଅଧିନସ୍ଥ ‘ନାସନାଲ ବୁକ ଟ୍ରଷ୍ଟ’ ‘କରୋନା ଷ୍ଟଡି ସିରିଜ’ ନାମରେ ପୁସ୍ତକ ପ୍ରସ୍ତୁତ କରିବ । କରୋନା ସଂକ୍ରମଣ ପରବର୍ତ୍ତୀ କାଳରେ ଏହି ପୁସ୍ତକ ବିଭିନ୍ନ ବୟସର ପାଠକମାନଙ୍କ ଲାଗି ଅତ୍ୟନ୍ତ ଉପାଦେୟ ହେବ । ଆମେ ଆଶା କରୁଛୁ ଏହି ଜାତୀୟ ବିପର‌୍ୟ୍ୟୟ ବିଷୟରେ ବିସ୍ତ୍ରୁତ ତଥ୍ୟ ସମ୍ବଳିତ ପୁସ୍ତକ ବିଭିନ୍ନ କ୍ଷେତ୍ରର ପାଠକ, ଅଧିକାରୀ ତଥା ଗବେଷକମାନଙ୍କ ପାଇଁ ଅତି ଉପାଦେୟ ହେବ ବୋଲି ନାସନାଲ ବୁକ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଫେସର ଗୋବିନ୍ଦ ପ୍ରସାଦ ଶର୍ମା କହିଛନ୍ତି । ଏଥିପାଇଁ ଆମେ କରୋନା ସମ୍ପର୍କିତ ସମସ୍ତ ଘଟଣା ଉପରେ ବିଶେଷ ଦୃଷ୍ଟି ରଖିଛୁ ଏବଂ ସରକାରଙ୍କ ବିଭିନ୍ନ ବିଭାଗ ତରଫରୁ କରୋନାକୁ ପ୍ରତିହତ କରିବ ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ଅବଗତ ରହିଛୁ । ପ୍ରଫେସର ଶର୍ମା ଆହୁରି କହିଛନ୍ତି, “ଏକ ଜାତୀୟ ପୁସ୍ତକ ପ୍ରକାଶକ ଅନୁଷ୍ଠାନ ଭାବେ ଏହି ଲକଡାଉନ ସମୟରେ ଜନତାଙ୍କ ଲାଗି ତାଙ୍କ ପ୍ରିୟ ପୁସ୍ତକ ସବୁ ଉପଲବ୍ଧ କରାଇବା ଆମର ଦାୟିତ୍ଵ । ସେଥିପାଇଁ ଆମେ StayHomeIndiaWithBooks ଅଭିଯାନ ଆରମ୍ଭ କରିଛୁ ଓ ଆମର ସବୁଠାରୁ ଭଲ ପୁସ୍ତକ ଗୁଡିକୁ ପିଡିଏଫରେ ନିଶୁଳ୍କ ଉପଲବ୍ଧ କରାଇଛୁ । ଏହି ଅଭିଯାନକୁ ବହୁତ ଭଲ ପ୍ରତିକ୍ରିୟା ମିଳିଛି ଓ ଲୋକମାନେ ଏହି ସମୟରେ ଘରେ ରହି ନିଜ ପ୍ରିୟ ପୁସ୍ତକଗୁଡିକୁ ପଢୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ