ବନ୍ଦରରେ ଜାହାଜ କଂଟେନର ରହଣୀ ଶୁଳ୍କ ଆଦାୟ ନକରିବା ପାଇଁ ମନ୍ତ୍ରଣାଳୟର ନିର୍ଦ୍ଦେଶ
ନୂଆଦିଲ୍ଲୀ : ଚଳିତ ବର୍ଷ ମାର୍ଚ୍ଚ ୨୨ ଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ କଂଟେନର ରହଣୀ ଶୁଳ୍କ ଆଦାୟ ନକରିବା ପାଇଁ କେନ୍ଦ୍ର ଜାହାଜ ମନ୍ତ୍ରଣାଳୟ ବନ୍ଦରଗୁଡିକୁ ନିର୍ଦ୍ଦେଶ ଦେଇଛି । ଭାରତୀୟ ବନ୍ଦରଗୁଡିକରେ ମାଲ ପରିବହନ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଏପରି ନିର୍ଦ୍ଦେଶ ଦିଆଯାଇଛି । ଏହାଛଡା କୌଣସି ନୂତନ ବା ଅତିରିକ୍ତ ଶୁଳ୍କ ଅସୁଲ ନକରିବା ପାଇଁ ମଧ୍ୟ କୁହାଯାଇଛି । କୋଭିଡ-୧୯ର ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତମାନ ପାଇଁ ଏହି ନିଷ୍ପତି ହୋଇଛି । କରୋନା ସଂକ୍ରମଣ ଯୋଗୁଁ ଗତ ୨୫ ତାରିଖ ଦିନ ଘୋଷିତ ଦେଶବ୍ୟାପୀ ଲକଡାଉନ ପରେ ବିଭିନ୍ନ ବନ୍ଦରରେ ମାଲ ଖଲାସ ନେଇ କେତେକ ଅସୁବିଧା ଦେଖା ଦେଇଥିବା ପରିପ୍ରେକ୍ଷୀରେ ଏହି ନିଷ୍ପତି ନିଆଯାଇଛି । ସେ ଦୃଷ୍ଟିରୁ କେତେକ ସ୍ଥାନରେ କାର୍ଗୋ ମାଲିକମାନେ ସେମାନଙ୍କ ଜିନିଷପତ୍ର ଖଲାସ କରିବା ନେଇ ଅସୁବିଧାର ସମ୍ମୁଖିନ ହୋଇଥିଲେ । ଏହି ନିର୍ଦ୍ଦେଶ ବଳରେ ସେମାନଙ୍କୁ ଆଉ କୌଣସି ପ୍ରଶାସନିକ ବାଧାବିଘ୍ନର ସମ୍ମୁଖିନ ହେବାକୁ ପଡିବ ନାହିଁ ।


