ବର୍ଷାଜଳ ନିଷ୍ପାସନ ଲାଗି ପ୍ରତିକାର ବ୍ୟବସ୍ଥା ଦାବି
ବୋଲଗଡ଼ (ଜୁଗାବ୍ଦ ନ୍ୟୁଜ୍): ଭୁବନେଶ୍ୱର-କଣ୍ଟିଲୋ ୫୭ନଂ ଜାତୀୟ ରାଜପଥ ପୂର୍ବରେ କଳାପଥରଠାରୁ ବାଙ୍କୀ ମୁଖ୍ୟରାସ୍ତା ମଧ୍ୟସ୍ଥଳିରେ ଥିବା ବୋଲଗଡ଼ ବ୍ଲକ୍ ସନ୍ନିକଟ କଳାପଥର ଗ୍ରାମର ୧୫ଟି ସାହିରେ ତିନି ହଜାର ଲୋକ ବସବାସ କରନ୍ତି । ଏହି ଗ୍ରାମର ମୁଖ୍ୟ ସମସ୍ୟା ହେଉଛି ପାଣି ନିଷ୍କାସନ । ବର୍ଷବର୍ଷ ଧରି ବର୍ଷାଦିନେ ୩ଟି ଶଙ୍ଖ ଦେଇ ଗହିର ଭିତରକୁ ପାଣି ଯାଇଥାଏ । ମାତ୍ର ବୈଦେଶ୍ୱର କଳାପଥର ରାସ୍ତା କଡ଼ର ପୂର୍ବପାଶ୍ୱର୍ରେ ଜମି ମାଲିକମାନେ ଗୃହ କରିବାଲାଗି ନିଜ ଜମିରେ ମାଟି ପକାଇ ଉଚ୍ଚା କରିଦେଇଥିବାରୁ ଶଙ୍ଖରେ ଜଳ ନିଷ୍କାସନ ହୋଇନପାରି ହରିଜନ ସାହି ବାରିତଳେ ଜମା ହୋଇ ରହୁଛି । ଚଳିତ ଫାନି ବାତ୍ୟା ସମୟରେ ବର୍ଷାପାଣି ନିଷ୍କାସନ ନହୋଇ ହରିଜନ ସାହି ବାରି ତଳେ ଜମାହୋଇ ପଚିସଢି ଗନ୍ଧ ହେଲାଣି । ପୂର୍ବପାଶ୍ୱର୍ରେ ଥିବା ଶଙ୍ଖକୁ ପୁନରୁଦ୍ଧାର କରି ଯଦି ବର୍ଷା ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାନଯାଏ ତେବେ କିଆପଲ୍ଲା ସାହିର ବହୁ ଲୋକଙ୍କର ବ୍ୟକ୍ତିଗତ ବ୍ୟବହାର ଜଳ ସହିତ ମିଶି ମହାଦେବଙ୍କ ପୋଖରୀ ମଧ୍ୟକୁ ଜଳ ପଶି ନଷ୍ଟ ହୋଇଯିବାର ସମ୍ଭାବନା ଅଛି । ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ତଥା ପଶ୍ଚିମ ବାଙ୍କୀ ଉନ୍ନୟନ ପରିଷଦ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।