ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ଶିଶୁ, ଗର୍ଭବତୀ ଓ ପ୍ରସୂତିଙ୍କ ଘରେ ଖାଦ୍ୟ ବଣ୍ଟନ

କୋଦଳା : କୋରନା ଭାଇରସ ଦାଉରୁ ଲୋକଙ୍କୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ଘରକୁ ଘର ବୁଲି ସଚେତନ ହେବା ସହ ଲିଫଲେଟ ବଣ୍ଟନ କରାଯାଉଥିବା ବେଳେ ଆଜି କୋଦଳାର ବାଇଗଣିଆ ସାହି,ରେଞ୍ଜର ବଙ୍ଗଳା, ଗୌଡ଼ ସାହି ଓ ଖରୁଡା ସାହି ମାନଙ୍କରେ ଯୋଗ୍ୟ ବିବେଚିତ ଶିଶୁ,ଗର୍ଭବତୀ ଓ ପ୍ରସୂତିଙ୍କ ଘରକୁ ଯାଇ ଶୁଖିଲା ରନ୍ଧା ଖାଦ୍ୟ ଅଙ୍ଗନବାଡି କର୍ମୀମାନେ ପରିବେଷଣ କରିଥିଲେ। ଦୁଇ ସପ୍ତାହ ନିମନ୍ତେ ଶୁଖିଲା ଖାଦ୍ୟ ଯଥା ଚାଉଳ,ଡାଲି,ପରିବା,ଅଣ୍ଡା ଓ ସକାଳ ଜଳଖିଆ ପାଇଁ ମୁଢିମୁଆଁ ଓ ପାଚିଲା କଦଳୀ ଦେବା ସହ ପରିବାର ସହିତ କୋରନା ସମ୍ପର୍କରେ ଆଲୋଚନା କରିଥିଲେ।କିଭଳି କୋରନା କୁ ନେଇ ଭୟଭିତ ନ ହୋଇ ପରିଷ୍କାର ରହିବା, ବାରମ୍ବାର ସାବୁନରେ ହାତକୁ ଧୋଇବା,ମାସ୍କ ବ୍ୟବହାର କରିବା, ଲକ୍ ଡାଉନ୍ ସମୟରେ ଅଯଥାରେ ଘରୁ ନ ବାହାରିବା ସହ ଅନ୍ୟ ରାଜ୍ୟରୁ ଯଦି ନିଜ ପରିବାରର କେହି ସଦସ୍ୟ ଆସନ୍ତି ସେମାନଙ୍କୁ ମେଡିକାଲ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଏଥିରେ ଅଙ୍ଗନବାଡି କର୍ମୀ ରୀତାରଣୀ ମିଶ୍ର,କୁସୁମ କୁମାରୀ ମିଶ୍ର,ସୁନିତା ଗୌଡ଼, ସୁମିତ୍ରା ନାୟକଙ୍କ ସହ ସହାୟିକା ଲକ୍ଷ୍ମୀ ଜେନା,ପ୍ରଭାସିନୀ ସାହୁ ଓ ନର୍ମଦା ଗୌଡ଼ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ