ଲକ ଡାଉନ ବିକାଳୀଙ୍କ ପାଇଁ ବଂଚିବା ଚିନ୍ତା
କଳାହାଣ୍ଡି : ଦେଶ ବ୍ୟାପି ଲକ ଡାଉନ ଆଭାବୀ ମଣିଷ ପାଇଁ କାଳ ହୋଇଛି। ବିଶେଷ କରି ବରଫ ବିକାଳୀଙ୍କ ପାଇଁ ବଂଚିବା ଚିନ୍ତା ବଢାଇଛି। ସବୁବର୍ଷ ଭଳି ପଡୋଶୀ ଛତିଶଗଡ଼ ରାଜ୍ୟରୁ ଖରାଦିନେ କୁଲଫି ବରଫ ତିଆରି କରି ବିକ୍ରୀ କରି ନିଜ ପେଟ ପୋଷିବା ପାଇଁ କଳାହାଣ୍ଡି ଜିଲାକୁ ଆସିଥାନ୍ତି । ଏବର୍ଷ ମଧ୍ୟ ଏମାନେ କଳାହାଣ୍ଡି ଭାଵନୀପାଟଣା ଅଞ୍ଚଳକୁ ଆସିଛନ୍ତି ହେଲେ କରୋନାକୁ ନେଇ ଲକ ଡାଉନ ଏମାନଙ୍କ ଜୀବିକାକୁ ଠାପ କରିଦେଇଛି ଯାହାଫଳରେ ଏମାନଙ୍କ ଜିବନ ଯାପନ ଓ ଜଳିବାରେ କଷ୍ଟ ସାଧ୍ୟ ହୋଇଥିବା ଦେଖାଯାଉଛି । ଏଭଳି ଏକ ପରିବାର କୁଲଫି ବରଫ ବିକ୍ରି କରି ଜୀବିକା ନିର୍ବାହ କରୁଥିଲେ ବର୍ତ୍ତମାନ ଲକଡାଉନ ପାଇଁ ହାତ ବନ୍ଦ ପାଇଁ ଆନ୍ୟଙ୍କ ସହାୟତାରେ ଦୁଇ ଓଳି ଖାଦ୍ୟ ଯୋଗାଡ କରୁଛନ୍ତି। ହେଲେ ଆଗାମୀ ଦିନ ପାଇଁ ଚିନ୍ତା ରେ ପରିବାର। ଏଣୁ ଏଭଳି ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଦୃଷ୍ଟି ଦେବାକୁ ନୁରୋଧ ।


