୧୫୦ଲିଟର ଦେଶୀ ମଦ ପାଉଚ୍ ଜବତ, ଜଣେ ଗିରଫ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳି ଥାନା ଡ଼ି. ଅନ୍ତରିଗାଁର ଜଣେ ବ୍ୟକ୍ତି ନିଜ ବାସଭବନରେ ବହୁଳ ପରିମାଣରେ ଦେଶୀ ମଦ ଗଛିତ ରଖି ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗରେ ସୋମବାର ହିଂଜିଳି ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଜଣକ ସଂପୃକ୍ତ ଗ୍ରାମର ବାବୁଲା ସାହୁ । ଏ ନେଇ ହିଂଜିଳି ଥାନା ନଂ- ୧୦୯/୨୦ରେ ଏକମାମଲା ରୁଜୁ କରି କୋର୍ଟ ଜଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏଏସଆଇ ରାଜନ ବିଷୋୟୀଙ୍କ ସୁତ୍ରରୁ ପ୍ରକାଶ । ପ୍ରକାଶ ଯେ, ସାରା ବିଶ୍ୱରେ କରୋନା ସଂକ୍ରମଣ ଯୋଗୁଁ ପ୍ରଧାନମନ୍ତ୍ରୀ ଗତ ୨୨ ତାରିଖ ଠାରୁ ଆସନ୍ତା ୧୪ ତାରିଖ ଯାଏଁ ଲକ୍‌ଡ଼ାଉନ ଘୋଷଣା କରିଛନ୍ତି । ସମସ୍ତ ଠିପି ଖୋଲା ଓ ଠିପି ବନ୍ଦ ବିଦେଶୀ ମଦ ଦୋକାନ ବନ୍ଦ ରହିଥିବା ବେଳେ ଅନ୍ତରିଗାଁର ଯୁବକ ଜଣକ ବହୁଳ ପରିମାଣରେ ଦେଶୀ ମଦ ଗଛିତ ରଖି ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ଖବର ପାଇ ହିଂଜିଳି ପୋଲିସ ଯୁବକଙ୍କ ବାସଭବନରେ ଅତର୍କିତ ଚଢାଉ କରି ୧୫୦୦(୧୫୦ ଲିଟର)ଟି ଦେଶୀ ମଦ ପାଉଚ ଜବତ କରିବା ସହ ଚୋରା ମଦ ବିକ୍ରି କରୁଥିବା ଅଭିଯୋଗରେ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି । ସୋମବାର ହିଂଜିଳି ଥାନା ଅଂଚଳରେ ବିପୁଳ ପରିମାଣରେ ଦେଶୀ ମଦ ଜବତ ହେବା ପରେ ଚୋରାରେ ବିକ୍ରି କରୁଥିବା ବହୁ ମଦ ବେପାରୀଙ୍କ ମନରେ ଛନକା ପଶିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ