ନନ୍ଦିପଦା ପୁଲିସ ଦ୍ୱାରା ୧୦ଟି ବାଇକ ଜବଦ

ହାଟଡ଼ିହି,(ସୋମ୍ୟରଞ୍ଜନ ଆଚାର୍ଯ୍ୟ):କରୋନା ସଂକ୍ରମଣକୁ ରୋକିବାପାଇଁ ସରକାର ୨୧ଦିନ ପାଇଁ ଲକଡାଉନ ଘୋଷଣା କରି ଘରେ ରହିବା ପାଇଁ ବାରମ୍ବାର ସଚେତନତା କରୁଥିଲେ ମଧ୍ୟ କିଛି ଲୋକ ଏହାକୁ ଭ୍ରୁକ୍ଷେପ ନକରି ବାଇକ୍‌ଧରି ବଜାର ଘାଟରେ ବୁଲୁଛନ୍ତି । ପୁଲିସ ସଚେତନ କରିଥିଲେ ମଧ୍ୟ ଅଳ୍ପ କିଛି ଲୋକ ଏହି ନିୟମକୁ ନମାନି ଖୁଲାମଖୁଲା ବାଇକ ଧରି ବୁଲୁଥିବାରୁ ଆଜି ନନ୍ଦିପଦା ପୁଲିସ ସଂପୃକ୍ତ ବାଇକ୍ ଗୁଡିକୁ ଜବଦ କରିଛି । ଅତ୍ୟାବଶ୍ୟକୀୟ କାମରେ ଯାଉଥିବା ବ୍ୟକ୍ତି ମାନଙ୍କୁ ଛାଡି ଦେଇଥିବାବେଳେ ଆଇନ ଅମାନ୍ୟ ୧୦ଟି ବାଇକକୁ ଜବଦ କରିଛି । ଆସନ୍ତା କାଲିଠାରୁ ଆଇନି ଅମାନ୍ୟକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନନ୍ଦିପଦା ଥାନା ଏସ.ଆଇ ପରେଶ ମହାନ୍ତି ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ