ଶାଳଣିଆଁ ପଞ୍ଚାୟତରେ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ଖୋଲିଲା

ହାଟଡ଼ିହି,(ସୋମ୍ୟରଞ୍ଜନ ଆଚାର୍ଯ୍ୟ):ହାଟଡିହି ବ୍ଲକରେ କରୋନା ମୁକାବିଲା ପାଇଁ ବ୍ୟାପକ ସତର୍କତା ମୁଳକ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ସଚେତନ କରାଇବା ସହିତ ସନ୍ଦିଗ୍ଧ ରୋଗୀ ମନଙ୍କ ପାଇଁ ପ୍ର୍ରତି ପଞ୍ଚାୟତରେ ଅସ୍ଥାୟୀ ଚିକିତ୍ସକେନ୍ଦ୍ର ଖୋଲାଯାଇଛି । ଶାଳଣିଆଁ ପଞ୍ଚାୟତ ହାଇସ୍କୁଲ ଠାରେ ଦୁଇଟି ୱାର୍ଡ ଖୋଲାଯାଇ ୩୦ଟି ବେଡ ପକାଯାଇଥିବାବେଳେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଦ୍ୟୁତ, ପାନୀୟଜଳ ଓ ପରିମଳର ସମସ୍ତ ବ୍ୟବସ୍ଥା କରାଯାଇଛି । ବିଡିଓ ଜୟଦେବ ଦାସ, ଶାଳଣିଆଁ ସରପଞ୍ଚ ଶ୍ରୀଧର ବେହେରା, ପିଇଓ ଶରତ ଚନ୍ଦ୍ର ସାହୁ, ଜିଆରଏସ ସଶ୍ମିତା ବେହେରା ପ୍ରମୁଖ ଉପସ୍ଥିତ ରହି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅନୁଧ୍ୟାନ କରିଥିଲେ । ଯେଉଁ ସନ୍ଦିଗ୍ଧମାନେ ଠାବ କରାଯିବେ ସେମାନଙ୍କୁ ଏଠାରେ ସଙ୍ଗରୋଧରେ ରଖାଯାଇ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ବିଡିଓ ସୁଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ