ମିଶନଶକ୍ତି ପକ୍ଷରୁ ଭରତପୁର ପଂଚାୟତରେ ମାଗଣା ରନ୍ଧାଖାଦ୍ୟ ବୀତରଣ

କେନ୍ଦ୍ରାପଡା : ଜିଲ୍ଲା ପ୍ରଶାସନର ନିର୍ଦେଶକ୍ରମେ ମିଶନଶକ୍ତି ଆନୁକୁଲ୍ୟରେ ଭରତପୁର ପଂଚାୟତରେ ମା’ ଜାଗୁଳେଇ ମହିଳା ମଣ୍ଡଳ ପକ୍ଷରୁ ଗୋଷ୍ଠି ରନ୍ଧାଖାଦ୍ୟ ପ୍ରସ୍ତୁତ କରାଯାଇ ଲୋକମାନଙ୍କୁ ପ୍ରଦାନ କରାଯାଇଛି । ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଭରତପୁର ପଂଚାୟତରେ ଗରୀବଲୋକମାନଙ୍କୁ ଗତ ରବିବାର ୨୨ଟି ମିଲ ପ୍ରଦାନ କରାଯାଇଥିବା ବେଳେ ଆଜି ୩୫ଟି ମିଲ ପ୍ରଦାନ କରାଯାଇଛି । ମା’ ଜାଗୁଳେଇ ମହିଳା ମଣ୍ଡଳର ସଭାପତି ପଦ୍ମାବତୀ ମହାନ୍ତି,ସମ୍ପାଦିକା ରାଜଲକ୍ଷ୍ମୀ ପଣ୍ଡା,ସଦସ୍ୟା କନକଲତା ଦାଶ ଓ ସି.ଆର.ପି.ନିରୂପମା ମହାନ୍ତି ପ୍ରମୁଖ ଏହି ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ବଂଟନ କରିଥିବା ସରପଂଚ ଶ୍ରୀମତୀ ରାଉତ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ