ନିରାଶ୍ରୟଙ୍କୁ ସରକାରୀ ରନ୍ଧା ଖାଦ୍ୟ ୩ଟି ପଂଚାୟତରେ ଆରମ୍ଭ

ନାଉଗାଁ : କରୋନା ଭୁତାଣୁ ସଂକ୍ରମଣ ପାଇଁ ସାରା ଦେଶକୁ ଅପ୍ରେଲ ୧୪ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରାଯାଇଛି । ଏହି ସମୟରେ ଗୁରୁତ୍ୱପୂର୍ଣ୍ଣ କାମ ନଥିଲେ କେହି ବାହାରକୁ ନ ବାହାରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ସାମାଜିକ ଦୁରତ୍ୱ କିପରି ବଜାୟ ରକ୍ଷା ଯାଇପାରିବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । ଏହି ସମୟଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଅନେକ ଅସୁସ୍ଥ, ନିରାଶ୍ରୟ, ଗରିବ ଲୋକ ବାହାରକୁ ବାହାରି ପାରୁ ନଥିବା ଦେଖାଦେଇଛି । ଏପରିକି ବଜାରଘାଟରେ ବହୁ ଭିକାରୀ ଆଦି ବୁଲିଛନ୍ତି । ଏମାନେ ଖାଦ୍ୟ ବିନା ଭୋକ ଉପାସରେ ରହୁଥିବା ଦେଖାଯାଇଛି । ଏମାନଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପତ୍ର ସଂଖ୍ୟା-୨୦୪୫ ତା ୨୯ ମାର୍ଚ୍ଚ ୨୦୨୦ରେ ପ୍ରତି ଜିଲ୍ଲାର ଜିଲ୍ଲାପାଳମାନଙ୍କ ନିକଟକୁ ପ୍ରତି ପଂଚାୟତରେ ଖାଦ୍ୟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହି ନିର୍ଦ୍ଦେଶରେ ପ୍ରତିଦିନ କେଉଁ ପଂଚାୟତରେ କେତେ ଲୋକଙ୍କୁ ଖାଦ୍ୟ ପ୍ରଦାନ କରାଗଲା ପଂଚାୟତ ଅନୁଯାଇ ତାର ସବିଶେଷ ତଥ୍ୟ ପ୍ରଦାନ କରାଯିବ । ଉକ୍ତ ତଥ୍ୟ ପ୍ରଦାନ ପାଇଁ ଦୁଇଟି ଫର୍ମାଟ ରହିଛି । ଅପରାହ୍ନ ୪ଟା ସୁଦ୍ଧା ଏହି ଫର୍ମାଟ ପୁରଣ କରାଯାଇ ଓଡିଶା ସରକାରଙ୍କ ଦ୍ୱାରା ପ୍ରଦତ ଇ-ମେଲରେ ପଠାଯିବ । ଏହି ନିର୍ଦ୍ଦେଶ ଆସିବା ପରେ ନାଉଗାଁ ବ୍ଳକର ସୋମବାର ୩ ଟି ପଂଚାୟତରେ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ଓଷକଣା ପଂଚାୟତର ଗାଦି ବ୍ରହ୍ମ ସ୍ୱୟଂ ସହାୟୀକା ଦଳ ୨୦ଜଣ ଓ ତିରୁଣା ପଂଚାୟତରେ ତ୍ରାହି ଅଚ୍ୟୁତ ୩୦ ଜଣ ଓ ଗଜରାଜପୁର ପଂଚାୟତରେ ଦାୟିତ୍ୱରେ ଥିବା ସଂପୃକ୍ତ ସଂୟ ସହାୟିକା ଗୋଷ୍ଠୀ ପକ୍ଷରୁ ୨୦ଜଣଙ୍କ ମଧ୍ୟରେ ସମୁଦାୟ ୭୦ଜଣଙ୍କୁ ଖାଦ୍ୟ ପ୍ରଦାନ କରାଯାଇଛି । ଏହି ଖାଦ୍ୟ ଯେପରି ଅସୁସ୍ଥ, ନିରାଶ୍ରୟ, ଗରିବ ଲୋକ ନିକଟରେ ପହଂଚିବ ଓ ସ୍ୱଚ୍ଛତା ଓ ସାମାଜିକ ଦୁରତା ରକ୍ଷା ଯାଇ ପାରିବା ଏଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ବୋଲି ଜିପିଓ ଦିନେଶ ରାୟ କରିଛନ୍ତି । ଅନ୍ୟପଟରେ ଏହି ବ୍ଳକର ଡେରିକି, ଜାମୁଗାଁ, ନାଉଗାଁହାଟ, ଗଙ୍ଗଦାହାଟ, କଂଟୁଣିଆ, ମୁଣ୍ଡାଳୋ, ଅଲଣାହାଟ ଆଦିରେ ଦୁରଦୁରାନ୍ତରୁ ବହୁ ମାନସିକ ବେକାରଗସ୍ତମାନେ ଆସି ବୁଲୁଛନ୍ତି । ଏଠାରେ ବଜାର ବନ୍ଦ ଯୋଗୁଁ ସେମାନେ ଖାଦ୍ୟ ପାଇ ପାରୁ ନାହାନ୍ତି । ତେଣୁ ଅବଶିଷ୍ଠାଂଶ ପଂଚାୟତରେ ଗୁଡିକରେ ରନ୍ଧା ଖାଦ୍ୟ ତୁରନ୍ତ ଆରମ୍ଭ କରିବାକୁ ବୁଦ୍ଧିଜୀବମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ