ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ବଚସା, ବ୍ୟକ୍ତିଙ୍କୁ ଭୁଜାଲିମାଡ
ଯୋଡା ( ସମୀର କୁମାର ଦାସ) : ଯୋଡା ସହରର ମୁଖାର୍ଜୀ ହଟିଂଠାରେ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ବଚସା ହେବା ପରେ ଜଣେ ବ୍ୟକ୍ତିଙ୍କୁ ଭୁଜାଲି ମାଡ ହୋଇଥିବା ଖବର ହସ୍ତଗତ ହୋଇଛି । ସୂଚନାନୁଯାୟୀ ଜଣାପଡିଛି ଯେ, ମୁଖାର୍ଜୀ ହଟିଂରେ ରହୁଥିବା ରାମ୍ ସିଂ ତିରିଆ ଙ୍କ ସ୍ତ୍ରୀ ସେହି ବସ୍ତିର ସଂଜୟ ତନ୍ତୀ ଓରଫ ବୁତୁରୁ ନାମକ ଜଣେ ବ୍ୟକ୍ତିଙ୍କ ସହ ମୋବାଇଲ୍ ଫୋନ ଯୋଗେ କଥା ହେଉଥିବା ସନ୍ଦେହ କରି ରାମ୍ ସିଂ ତିରିଆ ତାଙ୍କ ସ୍ତ୍ରୀ କୁ ଧରି ସଂଜୟ ତନ୍ତୀଙ୍କ ଘରକୁ ଯାଇଥିଲେ । ରାମ ସିଂ ତିରିଆ ସେଠାରେ ପହନଚି କାହିଁକି ମୋ ସ୍ତ୍ରୀ ସହିତ କଥାବାର୍ତା ହେଉଛୁ ସଂଜୟ ତନ୍ତୀକୁ ପଚାରିବାରୁ , ଉଭୟଙ୍କ ମଧ୍ୟରେ ଏନେଇ ବଚସା ହୋଇଥିଲା । ପାଖରେ ଛିଡା ହୋଇଥିବା ସଂଜୟ ତନ୍ତୀର ଦୁଇ ପୁଅ ଆକାଶ ତନ୍ତୀ ଓ ପ୍ରହଲ୍ଲାଦ ତନ୍ତୀ ଏଥିରେ ଉତେଜିତ ହୋଇ ରାମ୍ ସିଂ ତିରିଆଙ୍କୁ ଖଣ୍ଡା ଓ ଭୁଜାଲି ମାଧ୍ୟମରେ ଆକ୍ରମଣ କରିବାକୁ ଗୋଡାଇଥିଲେ । ପରେ ଭୁଜାଲି ମାଡରେ ରାମ ସିଂ ତିରିଆ କ୍ଷତାକ୍ତ ହୋଇ ତଳେ ପଡିଯିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଅଧିକ ରକ୍ତସ୍ରାବ ହେତୁ ସ୍ଥାନୀୟ ଲୋକେ ତାଙ୍କୁ ନିକଟସ୍ଥ କେନ୍ଦ୍ରୀୟ ଚିକିତ୍ସାଳୟକୁ ନେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହନଚି ତଦନ୍ତ ଜାରି ରଖିଛି ।


