ସମସ୍ତ ଦକ୍ଷତା ବିକାଶ ତାଲିମ୍ ଅନୁଷ୍ଠାନକୁ କ୍ୱାରାଟାଂଇନ୍ କେନ୍ଦ୍ରରେ ପରିଣତ କରାଯିବ

ନୂଆଦିଲ୍ଲୀ  : ଭାରତୀୟ ଯୁବବର୍ଗମାନଙ୍କ ଦକ୍ଷତା ବିକାଶ ପାଇଁ ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ଜାତୀୟ ଦକ୍ଷତା ବିକାଶ ଅନୁଷ୍ଠାନକୁ କୋଭିଡ୍‌-୧୯ କ୍ୱାରାଟାଂଇନ୍ କେନ୍ଦ୍ରରେ ପରିଣତ କରାଯିବା ପାଇଁ ଘୋଷଣା କରାଯାଇଛି । ଏହା ସହିତ ୨୦୦୦ ହେଲଥ୍ କେୟାର ଟ୍ରେନରଙ୍କ ତାଲିକା ତଥା ୫୦୦ରୁ ଅଧିକ ହେଲଥ୍ କେୟାର ଆସେସରସ୍ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ଯୋଗାଇ ଦିଆଯିବ । ନୋବେଲ କରୋନା ଭୂତାଣୁ ମହାମାରୀ ସଂକ୍ରମଣ ଭଳି ସଙ୍କଟ ସମୟରେ ସମସ୍ତ ସହାୟତା କେନ୍ଦ୍ର ସରକାରଙ୍କୁ ଉପଲବ୍ଧ କରାଇବା ଲାଗି ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପ୍ରତିଶ୍ରୁତିବଦ୍ଧ । କରୋନା ସଂକ୍ରମଣକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍ ଘୋଷଣା କରାଯାଇଛି । ଏପରି ସ୍ଥଳେ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ସରକାରଙ୍କ ସହିତ ମିଳିତ ଭାବେ ଏହି ସ୍ଥିତିର ସାମନା କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସ୍କିଲ୍ ଇଣ୍ଡିଆ ମିଶନ ଅନ୍ତର୍ଗତ ତାଲିମ ଦିଆଯାଇଥିବା ଏକ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ମଧ୍ୟ କରୋନା ସଂକ୍ରମଣ ରୋକିବା କାର୍ଯ୍ୟରେ ନୂଆ କ୍ୱାରାଟାଂଇନ୍‌, ଆଇସୋଲେଶନ ଏବଂ ଆବଶ୍ୟକ ହସ୍ପିଟାଲ ସୁବିଧା ଯୋଗାଣରେ ନିୟୋଜିତ କରାଯିବ । ଏହା ସହିତ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ଏକ ଦିନର ଦରମା ଦାନ ପାଇଁ ଯୋଜନା କରାଯାଇଛି । ଯାହାଦ୍ୱାରା କରୋନା ମହାମାରୀ ବିରୋଧରେ ଲଢ଼େଇ ଜାରି ରହିପାରିବ । ଏହି ଅବସରରେ ଦକ୍ଷତା ବିକାଶ ଏବଂ ଉଦ୍ୟାଗ ମନ୍ତ୍ରୀ ଡ. ମହେନ୍ଦ୍ର ନାଥ ପାଣ୍ଡେ କହିଲେ, “ କରୋନା ସଂକ୍ରମଣଙ୍କ ଚିକିତ୍ସା କ୍ଷେତ୍ରରେ ଜାତୀୟ ସ୍କିଲ୍ ତାଲିମ୍ ଇନଷ୍ଟିଚ୍ୟୁଟ୍ ଜିଲ୍ଲା ତଥା ରାଜ୍ୟ ପ୍ରଶାସନକୁ ସହାୟତା ଯୋଗାଇ ଦେବ । ସମଗ୍ର ପୃଥିବୀରେ କରୋନା ସଙ୍କଟ ଦେଖାଦେଇଥିବାବେଳେ ଦକ୍ଷତା ବିକାଶ ମନ୍ତ୍ରଣାଳୟ କେନ୍ଦ୍ର ସରକାରଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବ । ଯାହାଦ୍ୱାରା ଏଭଳି ମହାମାରୀ ସହିତ ଲଢ଼େଇ ସହଜ ହୋଇପାରିବ । ଏନେଇ ଜାତୀୟ ସ୍କିଲ୍ ତାଲିମ୍ ଇନଷ୍ଟିଚ୍ୟୁଟ୍ ନିର୍ଦ୍ଦେଶକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ସେହିପରି ୯୨,୦୪୦ ପିଏମ୍‌କେଭିୱାଇ ସ୍ୱାସ୍ଥ୍ୟ ତାଲିମ୍ ପ୍ରାପ୍ତ କର୍ମୀଙ୍କ ସହିତ ୯୮୯ ଜରୁରୀକାଳୀନ ମେଡିକାଲ ଟେକ୍ନିସିଆନ୍‌, ୩୭୩ ରେଡିଓଲୋଜି, ୨୯୯ ଏକ୍ସ-ରେ ଟେକ୍ନିସିଆନ୍‌, ୧୦,୧୭୨ ଜେନେରାଲ ଡ୍ୟୁଟି ଆସିଷ୍ଟାଟାଂଟ୍‌, ୫୩୦ ସ୍ୱାସ୍ଥ୍ୟକର୍ମୀ, ୩୩୪ ଫେଲବୋଟୋମି ଟେକ୍ନିସିଆନ୍ ଆବଶ୍ୟକ ସହାୟତା ପ୍ରଦାନ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ