ଅବସର ନେଲେ ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ
ବନ୍ତ (ଚାନ୍ଦିନୀ ମହାନ୍ତି) : ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ନିଗମାନନ୍ଦ ମିଶ୍ର ଆଜି ଚାକିରୀ ଜୀବନରୁ ଅବସର ନେଇଛନ୍ତି । ଗତ ୨୦୧୪ ମସିହାରୁ ସେ ବନ୍ତ ବ୍ଲକ ଶିକ୍ଷା ବିଭାଗରେ ଅତିରିକ୍ତ ଶିକ୍ଷାଧିକାରୀ ଭାବେ ସୂଚାରୁରୂପେ କାର୍ଯ୍ୟ କରି ଆସୁଥିଲେ । ତାଙ୍କ ଅବସର ପରେ ବି.ଆର୍.ସି.ସି ରବି ନାରାୟଣ ପରିଡଙ୍କୁ ଉକ୍ତ ଦାୟୀତ୍ୱ ପ୍ରଦାନ କରାଯାଇଛି ।


