ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିବା ୨ ଜଣ ଯାଜପୁର ଜିଲ୍ଲାର
ଯାଜପୁର,(ରଂଜନ କୁମାର ଦାସ):ଦିଲ୍ଲୀ ନିଜାମୁଦ୍ଧିନ ରେ ଅନୁଷ୍ଠିତ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୨ ଜଣ ଯାଜପୁର ଜିଲାର ବୋଲି ଜଣାପଡିଛି । ଜଣେ ବ୍ରହ୍ମବରଦା ଅଂଚଳର ଜଣାପଡିଥିବା ବେଳେ ଅନ୍ୟ ଜଣେ ବିଂଝାରପୁର ଅଂଚଳର ବୋଲି ଜଣାପଡିଛି । ବ୍ରହ୍ମବରଦା ଅଂଚଳର ବ୍ୟକ୍ତିଙ୍କ ର କୌଣସି କୋରୋନା ଲକ୍ଷଣ ଦେଖିବାକୁ ମିଳିନଥିଲେ ମଧ୍ୟ ନିଜ ଘରେ ସଂଗରୋଧ କରିବାକୁ ପରାମର୍ଶ ଦିଆଯାଇଛି । ସେପଟେ ବିଂଝାରପୁର ବ୍ୟକ୍ତିଙ୍କ ର ଥଣ୍ଡା ଜ୍ୱର ଲକ୍ଷଣ ଦେଖା ଦେଇଥିବାରୁ ତାଙ୍କ ସପରିବାରଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେହି ବ୍ୟକ୍ତି ଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଯାହାକୁ ନେଇ ଯାଜପୁର ଜିଲାରେ ଭୟର ବାତାବରଣ ଦେଖାଦେଇଛି ।