ସୁରତର ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସୃଷ୍ଟି’ ତରଫରୁ ବିଧବା ମହିଳାଙ୍କୁ ଲୁଗାପଟା ପ୍ରଦାନ
ରେସନ ସାମଗ୍ରୀ ସହ ୧୦୦ରୁ ଅଧିକ ପିଡିତା ଅସଂଡଠିତ ଓଡ଼ିଆ ଶ୍ରମିକଙ୍କୁ ଦୁଇ ଦିନ ଧରି ରନ୍ଧା ଖାଦ୍ୟ ପ୍ରଦାନ
ରାଇରଙ୍ଗପୁର (ଅକ୍ଷୟ କୁମାର ବିଶ୍ବାଳ) : ଜହରିଲା କୋବିଦ ୧୯ ପ୍ରଭାବରେ ସାରା ଭାରତ ସଂପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି । ଦୋକାନ ବଜାର ଶୂନଶାନ । ଗୁଜରାଟ ରାଜ୍ୟର ସୁରତ ସହରରେ ଓଡ଼ିଶାର ୪ଲକ୍ଷରୁ ଉର୍ଦ୍ଧ୍ବ ଓଡ଼ିଆ ଶ୍ରମିକ ବସବାସ କରୁଛନ୍ତି । କିନ୍ତୁ କ୍ରୋଧାନ୍ୱିତ ପାଇଁ ସଂପୂର୍ଣ୍ଣ କଳ କାରଖାନା, ଶିଳ୍ପ ରେ ତାଲା । ଓଡ଼ିଆ ଶ୍ରମିକ ଭାଇମାନେ କାମ ନ ପାଇ ଭୋକ ଉପାସରେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏହିଭଳି ବିପଦ ସମୟରେ ସୁରତ ସହର ଆବିର୍ଭାବ ସୋସାଇଟି-୨,ପ୍ଲଟ ନଂ ୮୫-ବି ରେ ଭଡ଼ାରେ ରହୁଥିଲେ ଗଂଜାମ ଜିଲ୍ଲାର ଚିକିଟି ଅଂଚଳର ବଡରମଦା ଗାଁ ର ଭାଗିରଥି ସାହୁ ଏବଂ ତାଙ୍କର ପରିବାର ।ଗତ୨୨-୩-୨୦୨୦ ରେ ତାଙ୍କର ଦେହ ଅସୁସ୍ଥରେ ମୃତ୍ୟୁ ହୋଇଥିଲା ।ସେ ଜଣେ ଗରିବ ଶ୍ରେଣୀର ଶ୍ରମିକ ଥିଲେ । ତାଙ୍କର ଆଜି ଥିଲା ଏକାଦଶାହ କାର୍ଯ୍ୟକ୍ରମ । ତାଙ୍କର ଏଭଳି କରୋନା ବିପର୍ଯ୍ୟୟ ସମୟରେ ଏକାଦଶାହ କ୍ରିୟା ପଡ଼ିବାରୁ ଆର୍ଥିକ ସ୍ଥିତି ଖରାପ ଥିବାରୁ ତାଙ୍କ ସ୍ତ୍ରୀ ସହିତ ସ୍ମିତା ସାହୁ ଏକାଦଶାହ କାର୍ଯ୍ୟ କରିବା ପାଇଁ ଅସମର୍ଥ ଥିଲେ ।ଏହି ଖବର ‘ସୃଷ୍ଟି’ ଅନୁଷ୍ଠାନର ଅଧ୍ୟକ୍ଷା ସମାଜସେବୀ ମାନସି ମହାନ୍ତି ଜାଣି ସାହାଯ୍ୟର ହାତ ବଢ଼ାଇଥିଲେ ।ସେ ଏବଂ ତାଙ୍କ ଅନୁଷ୍ଠାନ କର୍ମକର୍ତ୍ତାଙ୍କ ସହ ଅସହାୟ ବିଧବା ମହିଳା ଏବଂ ତାଙ୍କର ଦୁଇଟି ୭ ଓ ୯ ବର୍ଷରଶିଶୁ କନ୍ୟାଙ୍କୁ ଲୁଗାପଟା,ରେସନ ସାମଗ୍ରୀ ଏବଂ କିଛି ଅର୍ଥରାଶି ସହାୟତା କରିଥିଲେ । ସେହିଭଳି ୧୦୦ରୁ ଉର୍ଦ୍ଧ୍ବ ଅସଂଗଠିତ ଓଡ଼ିଆ ଶ୍ରମିକ ଯାହାଙ୍କ ପାଖରେ ଟଙ୍କା ଓ ରେସନ ସାମଗ୍ରୀ ସରିଯାଇଥିଲା ସେମାନଙ୍କୁ ‘ସୃଷ୍ଟି’ ଅନୁଷ୍ଠାନ ପକ୍ଷରୁ ଦୁଇ ଦିନ ଧରି ରନ୍ଧା ଖାଦ୍ୟ ଯୋଗାଇ ଦେଇଥିଲେ । ସମାଜସେବୀ ମାନସି ମହାନ୍ତିଙ୍କ ଏଭଳି ଜନ କଲ୍ୟାଣ ପାଇଁ ସାଧାରଣରେ ପ୍ରଶଂସା କରାଯାଇଛି ।


