ହାଟଡିହିରେ ସାମାଜିକ ଦୁରତା ରକ୍ଷାକରି ଚାଉଳ ବଣ୍ଟନ

ହାଟଡ଼ିହି : ହାଟଡିହି ପଞ୍ଚାୟତରେ ଯୋଗାଣ ସାମଗ୍ରୀ ବଣ୍ଟନ ବେଳେ ସାମାଜିକ ଦୁରତାକୁ ଗୁରୁତ୍ୱ ଦିଆଯାଇ ପ୍ରତି ଏକ ମିଟର ଦୁରତାରେ ଲୋକମାନଙ୍କୁ ଠିଆ କରାଇ ଚାଉଳ ଓ ଗହମ ବଣ୍ଟନ କରାଯାଉଛି । ବର୍ତ୍ତମାନ କରୋନା ସଂକ୍ରମଣ ରୋକିବାକୁ ସରକାର ସାମାଜିକ ଦୁରତାକୁ ଗୁରୁତ୍ୱ ଦେଇଥିବାବେଳେ ଏହି ପଞ୍ଚାୟତରେ ତାହାକୁ ବଜାୟ ରଖିବା ପାଇଁ ସରପଞ୍ଚ ଅନୁସୁୟା ସେଠୀ, ସମାଜସେବୀ କଳ୍ପତରୁ ସେଠୀ, ନାଏବ ସରପଞ୍ଚ ମଧୁସୁଦନ ଘଡେଇ ପ୍ରମୁଖ ଉପସ୍ଥିତ ରହି ଲୋକମାନେ କିପରି ସାମାଜିକ ଦୁରତା ରକ୍ଷାକରି ଯୋଗାଣ ସାଗ୍ରୀ ନେବେ ତାହା ୁଉପରେ ଗୁରୁତ୍ୱ ଦେଉଛନ୍ତି । ହିତାଧିକାରୀ ମାନେ ମଧ୍ୟ ସରକାରଙ୍କ ଏହି ନୀତି ନିୟମକୁ ମାନି ଏକ ମିଟର ଦୁରତାରେ ରହି ମୁହେଁରେ ମାସ୍କ ଲଗାଇ ଶାନ୍ତି ଶୃଙ୍ଖଳାର ସହ ଚାଉଳ ଗହମ ନେଇଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ