ଜନଧନ ଯୋଜନା ଆକାଉଣ୍ଟଧାରୀ ମହିଳାଙ୍କ ଜମାଖାତାକୁ ଅପ୍ରେଲରେ ୫୦୦ ଟଙ୍କା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଜନ ଧର ଯୋଜନା (ପିଏମଜେଡ଼ିୱାଇ) ମହିଳା ଜମାଖାତାଧାରୀ (ବ୍ୟାଙ୍କମାନଙ୍କ ଦ୍ୱାରା ଯେଉଁ ଜମାଖାତାଧାରୀଙ୍କ ସଂଖ୍ୟା ଅବଗତ କରାଯାଇଛି ତଦନୁସାରେ)ଙ୍କ ଜମାଖାତାରେ ଅପ୍ରେଲ ୨୦୨୦ ମାସ ପାଇଁ ୫୦୦ ଟଙ୍କା ହିସାବରେ ଜମା କରିବା ସକାଶେ କେନ୍ଦ୍ର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ଏବଂ ସେହି ଅର୍ଥ ଅପ୍ରେଲ ୨, ୨୦୨୦ ତାରିଖ ଦିନ ପ୍ରତ୍ୟେକ ଜମାଖାତାଧାରୀଙ୍କ ଜମାଖାତାରେ ପୈଠ କରାଯାଇଛି ।
୨୬.୦୨.୨୦୨୦ ତାରିଖ ଦିନ ଅର୍ଥମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ଘୋଷଣା ଅନୁସାରେ ଏଭଳି କାର‌୍ୟ୍ୟପନ୍ଥା ଗ୍ରହଣ କରାଯାଇଛି ଯାହାକି ପିଏମଜେଡ଼ିୱାଇ ଜମାଖାତାଧାରୀ ମହିଳାମାନଙ୍କ ଏକ୍ସ ଗ୍ରାସିଆ ଭାବେ ୫୦୦ ଟଙ୍କା ଲେଖାଏଁ ଆଗାମୀ ତିନି ମାସ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ଆଧାରରେ ପ୍ରଦାନ କରାଯିବ । ହିତାଧିକାରୀମାନଙ୍କ ଦ୍ୱାରା ସାମାଜିକ ଦୂରତା ରକ୍ଷା ଏବଂ ଶୃଙ୍ଖଳିତ ଭାବେ ସେହି ଅର୍ଥ ଉଠାଣ ସକାଶେ ଆର୍ଥିକ ସେବା ବିଭାଗ (ଡ଼ିଏଫଏସ) ବ୍ୟାଙ୍କମାନଙ୍କୁ ଶାଖା, ପିସି ଏବଂ ଏଟିଏମ୍‌ମାନଙ୍କରେ ଟଙ୍କା ଉଠାଣ ସକାଶେ ଅଧିକ ଗହଳି ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ହିତାଧିକାରୀମାନଙ୍କ ଜମାଖାତାର ଶେଷ ସଂଖ୍ୟା ଅନୁସାରେ ଏହି ଟଙ୍କା ବିତରଣ ସକାଶେ ନିମ୍ନଲିଖିତ ସୂଚୀ ନିର୍ଦ୍ଧାରଣ କରାଯାଇଛି:
ମହିଳା ପିଏମଜେଡ଼ିୱାଇ ଜମାଖାତାଧାରୀ ଯାହାଙ୍କ ଜମାଖାତାର ଶେଷ ସଂଖ୍ୟା ନିମ୍ନ ମତେ ଥିବ ହିତାଧିକାରୀମାନଙ୍କ ଦ୍ୱାରା କେଉଁ ତାରିଖରେ ସେହି ଟଙ୍କା ଉଠାଯାଇପାରିବ
୦ ଠାରୁ ୧ ୩.୪.୨୦୨୦
୨ ଠାରୁ ୩ ୪.୪.୨୦୨୦
୪ ଠାରୁ ୫ ୭.୪.୨୦୨୦
୬ ଠାରୁ ୭ ୮.୪.୨୦୨୦
୮ ଠାରୁ ୯ ୯.୪.୨୦୨୦
୦୯.୦୪.୨୦୨୦ ତାରିଖ ପରେ, ହିତାଧିକାରୀମାନେ ସେମାନଙ୍କର ବ୍ୟାଙ୍କ ଶାଖା କିମ୍ବା ବିସିକୁ ଯେକୌଣସି ଦିନ ସାଧାରଣ ବ୍ୟାଙ୍କିଙ୍ଗ କାର‌୍ୟ୍ୟ ଅବଧି ମଧ୍ୟରେ ଯାଇପାରିବେ । ତଦନୁସାରେ ବ୍ୟାଙ୍କମାନେ ହିତାଧିକାରୀମାନଙ୍କ ଜମାଖାତାକୁ ସେହି ଅର୍ଥ ହସ୍ତାନ୍ତର କରିବେ । ବ୍ୟାଙ୍କମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ସେମାନେ ହିତାଧିକାରୀମାନଙ୍କୁ ଏହି ଅର୍ଥ ହସ୍ତାନ୍ତର ତାରିଖ ସୂଚୀ ଏସଏମଏସ ଜରିଆରେ ନିମ୍ନ ଲିଖିତ ଭାଷାରେ ସୂଚୀତ କରିବେ:
“ଆମେ ଆପଣଙ୍କ ପାଇଁ ଯତ୍ନଶୀଳ ରହିଛୁ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ଆଧାରରେ, ମାସକୁ ୫୦୦ ଟଙ୍କା ଲେଖାଏଁ ମହିଳା ଜନ ଧର ଯୋଜନା ହିତାଧିକାରୀମାନଙ୍କ ଜମାଖାତାରେ ଅପ୍ରେଲ ୨୦୨୦ ପାଇଁ ଜମା କରାଯାଇଛି । କୌଣସି ପ୍ରକାର ଅସୁବିଧାକୁ ଏଡ଼ାଇବା ସକାଶେ ଦୟାକରି ଆପଣ ନିଜର ଶାଖା/ ବ୍ୟାଙ୍କ ମିତ୍ରଙ୍କ ସହ ଆସନ୍ତାକାଲି/. . . . . (ତାରିଖ)ରେ ଯୋଗାଯୋଗ କରନ୍ତୁ । ନିରାପଦ ରହନ୍ତୁ, ସୁସ୍ଥ ରହନ୍ତୁ! (ଉପରଲିଖିତ ବାକ୍ୟରୁ ବ୍ୟାଙ୍କମାନେ ସେମାନଙ୍କର ଉପଯୁକ୍ତ ସୁବିଧା ବାଛି ପାରିବେ) ଏସଏମଏସ ବାର୍ତ୍ତା ବ୍ୟତୀତ ଯାହାକି ଉପର ବର୍ଣ୍ଣିତ ବାକ୍ୟ ଅନୁସାରେ କରାଯିବ, ସ୍ଥାନୀୟ ପ୍ରଚାର (ସ୍ଥାନୀୟ ଚାନେଲ/ ଛାପା ଗଣମାଧ୍ୟମ/ କେବଲ ଅପରେଟର/ ସ୍ଥାନୀୟ ରେଡ଼ିଓ ଅନ୍ୟାନ୍ୟ ଚାନେଲ)ରେ ମଧ୍ୟ ସ୍ପଷ୍ଟ ଭାବେ ଏହି ଅର୍ଥ ଖବର ସୂଚୀତ କରାଯିବ ଯେ ହିତାଧିକାରୀମାନଙ୍କ ଜମାଖାତାରେ ଟଙ୍କା ପୈଠ ହୋଇସାରିଛି ଏବଂ ସେମାନେ ଆବଶ୍ୟକ ଅନୁସାରେ ତାହା ଉଠାଇ ପାରିବେ ଏବଂ ଯଦି ହିତାଧିକାରୀ ଏହି ଅର୍ଥକୁ ତୁରନ୍ତ ଉଠାଇବାକୁ ଚାହୁଁଥାନ୍ତି ତେବେ, ସେ ବ୍ୟାଙ୍କ ଶାଖା କିମ୍ବା ବିସିଙ୍କୁ ସେ ସଂପର୍କରେ ଯୋଗାଯୋଗ କରନ୍ତୁ । ପାରା ୩ରେ ସୂଚୀତ ସୂଚୀ ଅନୁସାରେ ସେମାନେ ଏହି କାର‌୍ୟ୍ୟ କରିପାରିବେ । ଏହି କଥା ଉପରେ ଗୁରୁତ୍ୱ ଆରୋପ କରାଯିବ ଯେ ସାମାଜିକ ଦୂରତା ରକ୍ଷାକରି ଶୃଙ୍ଖଳିତ ଭାବେ କିଭଳି ଭାବେ ଅର୍ଥ ବଣ୍ଟନ କରାଯାଇପାରିବ ସେଥିପାଇଁ ଏଭଳି ଏକ ସୂଚୀ ପ୍ରସ୍ତୁତ କରାଯାଇଛି । ଏହି ପରିପ୍ରେକ୍ଷୀରେ, ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସଏଲବିସି) ଆବାହକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ତୁରନ୍ତ ଏ ସଂପର୍କରେ ରାଜ୍ୟ ସରକାରମାନଙ୍କ ସହ ଯୋଗାଯୋଗ କରନ୍ତୁ ଏବଂ ସେମାନଙ୍କୁ ଏଭଳି ଷ୍ଟାଗରିଂ ଯୋଜନା ସଂପର୍କରେ ଅବଗତ କରାନ୍ତୁ । ବ୍ୟାଙ୍କ ଶାଖା, ବିସି କିଓସ୍କ ଏବଂ ଏଟିଏମମାନଙ୍କରେ ଉପଯୁକ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ ସକାଶେ ସେମାନଙ୍କର ସହଯୋଗ ଲୋଡ଼ନ୍ତୁ । ରାଜ୍ୟ ସରକାରଙ୍କ ଏହା ମଧ୍ୟ ଅନୁରୋଧ କରାଯିବା ଆବଶ୍ୟକ ଯେ ସେମାନେ ଜିଲ୍ଲା ପ୍ରଶାସନ ଓ ପୁଲିସ କର୍ତ୍ତୃପକ୍ଷଙ୍କୁ ବ୍ୟାଙ୍କରେ ଶୃଙ୍ଖଳିତ ଭାବେ ଏହି ଅର୍ଥ ହିତାଧିକାରୀମାନଙ୍କୁ ବଣ୍ଟନ ନିମନ୍ତେ ଆବଶ୍ୟକ ସହଯୋଗ କରନ୍ତୁ ଏବଂ ସ୍ଥାନୀୟ ଲୋକଙ୍କୁ ଅବଗତ କରାନ୍ତୁ । ଏ ସଂପର୍କରେ ନିଜର ଶାଖା ଅଧିକାରୀ ଓ ବ୍ୟବସାୟିକ ପ୍ରତିନିଧିମାନଙ୍କୁ ଉପଯୁକ୍ତ ନିର୍ଦ୍ଦେଶ ଦେବା ଲାଗି ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କର ମୁଖ୍ୟମାନଙ୍କୁ ସୂଚୀତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ