ଲକ ଡାଉନ ପାଇଁ ତରଭୁଜ ଚାଷୀ କ୍ଷତିଗ୍ରସ୍ଥ

କଳାହାଣ୍ଡି,(ରଜନୀକାନ୍ତ):ସାରା ଦେଶରେ ଲକ ଡାଉନ ପାଇଁ ଗାଁ ରୁ ସହର ସବୁଆଡେ ବନ୍ଦ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ବିଶେଷ କରି ତରଭୁଜ ଚାଷୀ ପ୍ରଭାବିତ ହୋଇଛନ୍ତି । ଗ୍ରୀଷ୍ମ ଋତୁରେ ଅମଳ ହେଆଉଥିବା ତରଭୁଜ ଚାଷୀ ବିକ୍ରି କରି ବେଶ ଦି ପଇସା ପାଇ ପରିବାର ପୋଷଣ କରିଥାନ୍ତି । କିନ୍ତୁ ଲକ ଡାଉନ ପାଇଁ ଅମଳ ହୋଇଥିବା ତରଭୁଜ ବଜାର ରେ ବିକ୍ରି କରିପାରୁନାହାନ୍ତି ଚାଷୀ । ଫଳରେ ବିଲରେ ହିଁ ତରଭୁଜ ଗୁଡିକ ପଚିଯିବା ସହ ଅମଳ ହୋଇଥିବା ତରଭୁଜ ମଧ୍ୟ ନଷ୍ଟ ହୋଇଯାଉଛି । ଫଳରେ ବିଶେଷ କରି କ୍ଷତି ସହୁଛନ୍ତି ଚାଷୀ ।କଳାହାଣ୍ଡି ଜିଲ୍ଲାର ନର୍ଲା, କେସିଙ୍ଗା, ଜୁନାଗଡ଼ ଆଦି ବ୍ଲକ ରେ ସହ ସହ ଏକର ରେ ଚାଷ ହୋଇଥିବା ତରଭୁଜ ନଷ୍ଟ ହେବାକୁ ବସିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ