ଆତଙ୍କବାଦୀ ଗୁଳିରେ ଟଳିପଡିଲେ ୧ ମହିଳା ,ଯୁବକ ଆହାତ
ଜାମ୍ମୁ-କାଶ୍ମୀର ପୁଲୱାମା ଅଂଚଳରେ ଆତଙ୍କବାଦୀ ମାନେ ଇଦ୍ ଭଳି ପବିତ୍ର ଦିବସରେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଆତଙ୍କୀ ଗୁଳିରେ ଜଣେ ଯୁବକ ଗୁରୁତର ଆହାତ ହୋଇଛନ୍ତି । ଆହାତ ଯୁବକଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତୀ କରାଯାଇଛି । ଯୁବକ ଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି । ଖବର ଅନୁଯାୟୀ କାକାପୋରାର ନାରୱେଲ ଗ୍ରାମରେ ଆତଙ୍କବାଦୀ ମାନେ ସକାଳୁ ସକାଳୁ ମହିଳାଙ୍କ ଘରେ ପଶି ଗୁଳି କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତୀ କରାଯାଇଥିଲା ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯବାନ ମାନଙ୍କ ତରଫରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି


