ଏପ୍ରିଲ ୫ରାତି ୯ଟାରେ ସାମୁହିକ ଭାବେ ଲାଇଟ ବନ୍ଦ ବେଳେ ଗ୍ରିଡର ସ୍ଥିରତା ଦିଗରେ ପୂର୍ବପ୍ରସ୍ତୁତି କରାଯାଇଛି

 

ନୂଆଦିଲ୍ଲୀ : ଏପ୍ରିଲ ୫ତାରିଖ ରାତି ୯ଟାରୁ ୯.୦୯ ପର୍ଯ୍ୟନ୍ତ ସ୍ଵେଚ୍ଛାକୃତ ଭାବେ ନିଜ ଘର ଲାଇଟ ବନ୍ଦ କରିବା ଲାଗି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି । କେତେକ କ୍ଷେତ୍ରରେ ଆଶଙ୍କା କରାଯାଉଛି ଯେ ଏହାଦ୍ଵାରା ବିଦ୍ୟୁତ ଗ୍ରୀଡରେ ଅସ୍ଥିରତା ଏବଂ ଭୋଲଟେଜ ହ୍ରାସବୃଦ୍ଧି ଯୋଗୁ ବୈଦ୍ୟୁତିକ ଉପକରଣ ଖରାପ ହୋଇଯିବ । ମାତ୍ର ଏପରି ଆଶଙ୍କା ଅମୂଳକ । ଭାରତୀୟ ବୈଦ୍ୟୁତିକ ଗ୍ରୀଡ ଅତ୍ୟନ୍ତ ସୁଦୃଢ଼ ତଥା ସ୍ଥିର । ବିଦ୍ୟୁତ ଚାହିଦା ହ୍ରାସ ଏବଂ ବୃଦ୍ଧି ଲାଗି ଯଥେଷ୍ଟ ବ୍ୟବସ୍ଥା ଏବଂ ପୂର୍ବପ୍ରସ୍ତୁତି କରାଯାଇଛି । ନିମ୍ନୋକ୍ତ ବିଷୟ ପ୍ରତି ଧ୍ୟାନ ନିଆଯାଇପାରେ:-
ପ୍ରଧାନମନ୍ତ୍ରୀ କେବଳ ଜନସାଧାରଣଙ୍କୁ ସେମାନଙ୍କର ଘରର ଲାଇଟ ଏପ୍ରିଲ ୫ତାରିଖ ରାତି ୯ଟାଠାରୁ ୯ଟା ୯ ମିନିଟ ପର୍ଯ୍ୟନ୍ତ ବନ୍ଦ କରିବା ଲାଗି ନିବେଦନ କରିଛନ୍ତି । ଷ୍ଟ୍ରିଟ ଲାଇଟ କିମ୍ବା କମ୍ପ୍ୟୁଟର, ଟିଭି, ଫ୍ୟାନ, ରେଫ୍ରିଜରେଟର ଏବଂ ଏସି ଭଳି ଘରେ ଥିବା ଅନ୍ୟ ବୈଦ୍ୟୁତିକ ଉପକରଣ ବନ୍ଦ କରିବା ଲାଗି କୁହାଯାଇନାହିଁ । କେବଳ ଲାଇଟଗୁଡ଼ିକୁ ସୁଇଚ ଅଫ କରାଯିବ । ଡାକ୍ତରଖାନା, ସାର୍ବଜନୀନ ସଂସ୍ଥାନ, ପୌରପାଳିକା ସେବା କାର୍ଯ୍ୟାଳୟ, ଅଫିସ, ପୋଲିସ ଷ୍ଟେସନ, ଉତ୍ପାଦନ କାରଖାନା ଆଦି ଜରୁରି ସେବା ପ୍ରତିଷ୍ଠାନରେ ଲାଇଟ ଜଳିବ । ପ୍ରଧାନମନ୍ତ୍ରୀ କେବଳ ନିଜ ଘର ଲାଇଟ ବନ୍ଦ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଷ୍ଟ୍ରିଟ ଲାଇଟ ଜଳାଇ ରଖିବାକୁ ସ୍ଥାନୀୟ ପ୍ରଶାସନକୁ ପରାମର୍ଶ ଦିଆଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ