ଅବ୍ୟବସ୍ଥା ମଧ୍ୟରୋ ଉଜ୍ଜ୍ବଳା ଗ୍ୟାସ ଉପଭୋକ୍ତାଙ୍କ କାଗଜ ପତ୍ର ନବିକରଣ
ରାଇରଙ୍ଗପୁର:ମହାମାରୀ କରୋନାକୁ ନେଇ ଦେଶସାରା ଲୋକଡାଉନ ଯୋଗୁଁ ଗରିବ ସାଧାରଣ ଯେପରି ଅସୁବିଧାର ସମ୍ମୁଖିନ ନ ହୁଅନ୍ତୁ ସେନେଇ ସରକାର ବର୍ତ୍ତମାନ ବିଭିନ୍ନ ସୁବିଧା ଯୋଗାଇ ଦେଉଥିବାବେଳେ ଉଜ୍ଜ୍ବଳା ଯୋଜନାରେ ଥିବା ଉପଭୋକ୍ତାଙ୍କୁ ବିନା ମୂଲ୍ୟରେ ରନ୍ଧନ ଗ୍ୟାସ ଯୋଗାଇ ଦେବାକୁ ସରକାର ଘୋଷଣା କରିଛନ୍ତି।ତେବେ ଏହାକୁ ନେଇ ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବିଞ୍ଝୁଆ ସ୍ଥିତ ବହଳଦା ଇଣ୍ଡେନ ଗ୍ୟାସ ବିତରଣ କେନ୍ଦ୍ରରେ ଉଜ୍ଜ୍ବଳା ଯୋଜନାର ଉପଭାକ୍ତାଙ୍କ କାଗଜପତ୍ର ଓ ମୋବାଇଲ ନମ୍ବର ନବୀକରଣ ଅବ୍ୟବସ୍ଥା ମଧ୍ୟରେ କରାଯାଉଥିବା ଦେଖିବାକୁ ମିଳିଛି।ମହାମାରୀ କରୋନାକୁ ନେଇ ଦେଶସାରା ସାମାଜିକ ଦୂରତା ଓ ଅଜଥାରେ ପଦାକୁ ବାହାରିବାକୁ ବାରଣ କରାଯିବା ସହିତ ସଚେତନ କରାଯାଉଛି,ଆବଶ୍ୟକ ସ୍ଥଳେ ପୋଲିସ ପ୍ରଶାସନ ଦ୍ବାରା ବଳପ୍ରୟୋଗ କରାଯାଇ ଲୋକଙ୍କୁ ଲୋକଡାଉନ ଓ ସାମାଜିକ ଦୂରତା ବନାଇରଖିବା ନୀୟମକୁ କଡାକଡି ଭାବେ ପାଳନ କରାଯିବାକୁ ସନ୍ଦେଶ ଦିଆଯାଉଛି।ତେବେ କେତେକ ସ୍ଥଳେ ଲୋକେ ସବୁ ଜାଣି ନୀୟମ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଥିଲାବେଳେ ବିଞ୍ଝୁଆ ଗ୍ୟାସ ବିତରଣ କେନ୍ଦ୍ର କର୍ମଚାରୀଙ୍କ ଖାମଖିଆଲି ମୋନଭାବ ତଥା ଉପଭୋକ୍ତାଙ୍କୁ ଶୃଙ୍ଖଳିତ ଭାବେ କାର୍ଯ୍ୟସଂପାଦନ କରାଯିବାର ବ୍ୟବସ୍ଥା କରାନଯଇନଥିବାରୁ ଲୋକେ ଏକାଠି ରୁଣ୍ଡ ହୋଇ ଠେଲାପେଲା ହୋଇ କାଗଜପତ୍ର ଜମା କରିବାକୁ ବାଧ୍ୟ ହେଉଛନ୍ତି।ଏ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଠାରେ ଉପଭୋକ୍ତାଙ୍କ ଉପରେ ପ୍ରଶାସନ ବଳପ୍ରୟୋଗ କରିବା ପରିବର୍ତ୍ତେ ଶୃଙ୍ଖଳିତ ଭାବେ ଯେପରି ଉପଭୋକ୍ତାମାନେ କାର୍ଯ୍ୟ ସଂପାଦନ କରିପାରିବେ ସେନେଇ ଗ୍ୟାସ ବିତକରକଙ୍କୁ ତାଗିଦ କରାଯିବାକୁ ସାଧାରଣରେ ଦାବି ହେଉଛି।


