ଗୋଟିଏ ପରୀକ୍ଷାରୁ ୫୦ ପ୍ରକାରର କର୍କଟ ରୋଗ ହେବ ଚିହ୍ନଟ

ଗବେଷକଦଳଙ୍କ ଉଦ୍ୟମ କାରଣରୁ ସାଧାରଣ ଲୋକ ଏବେ ଉପକୃତ ହେବେ । ମିଳିଥିବା ତଥ୍ୟ ଅନୁସାରେ, ମାତ୍ର ଗୋଟିଏ ରକ୍ତ ପରୀକ୍ଷା କଲେ ୫୦ ପ୍ରକାରର କର୍କଟ ରୋଗ ଜାଣିହେବ । ପୂର୍ବେ ରୋଗର ସଠିକତା ନିରୂପଣ କରିବା ନିମନ୍ତେ ବିଶେଷଜ୍ଞ ଅନେକ ପରୀକ୍ଷା କରିବାକୁ ରୋଗୀଙ୍କୁ ପରାମର୍ଶ ଦେଉଥିଲେ । ବର୍ତ୍ତମାନ କିନ୍ତୁ ପରିସ୍ଥିତି ଭିନ୍ନ । ଗ୍ରେଲ ଇଙ୍କ ବାଇଓଟେକ୍ନୋଲୋଜି କମ୍ପାନୀର ଗବେଷକ ଦଳ ଏଇ ତଥ୍ୟ ଉନ୍ମୋଚନ କରିଥିଲେ ଜଣାପଡ଼ିଛି ଜଣେ ଲୋକ କର୍କଟ ରୋଗାକ୍ରାନ୍ତ ହୋଇଥିଲେ, ତାହା ଏଇ ରକ୍ତ ପରୀକ୍ଷାରୁ ତୁରନ୍ତ ଜାଣିହୁଏ । ରକ୍ତ ପରୀକ୍ଷା ଜରିଆରେ ଆମ ଶରୀରର ଡିଏନଏକୁ ଯାଞ୍ଚ କରି କର୍କଟ ରୋଗ ସମ୍ପର୍କରେ ତଥ୍ୟ ମିଳେ । ୩,୦୫୨ ଜଣ ରୋଗୀଙ୍କ ରକ୍ତ ପରୀକ୍ଷା ଏଥିରେ ପରୀକ୍ଷା କରାଯାଇଥିଲା । ୧୫୨୧ ଜଣ ବ୍ୟକ୍ତିଙ୍କ କର୍କଟ ରୋଗ ତଥ୍ୟ ଠିକ୍ ବାହାରିଥିଲା ଓ ଅନ୍ୟ ଲୋକ କର୍କଟରୋଗୀ ନଥିଲେ । ବିଶେଷଜ୍ଞ କହିବାନୁସାରେ ଗୋଟିଏ ଦୁଇ ପ୍ରକାରର ନୁହେଁ, ବରଂ ୫୦ ପ୍ରକାରର କର୍କଟ ରୋଗ ଏହି ପରୀକ୍ଷା ଜରିଆରେ ଚିହ୍ନଟ କରାଯାଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ