ଲକଡାଉନ କଟକଣାକୁ ମାନୁ ନାହାନ୍ତି ଲୋକେ

ହାଟଡ଼ିହି (ଯୁଗାବ୍ଦ ନ୍ୟୁଜ) : କରୋନା ମହାମାରୀରୁ ରକ୍ଷା ପାଇବାପାଇଁ ସରକାର ୨୧ଦିନ ପାଇଁ ଲକଡାଉନ ଘୋଷଣା କରିବାର ଆଜକୁ ୧୨ଦିନ ବିତି ଯାଇଥିବାବେଳେ ୮୦ଭାଗ ଲୋକ ଘରେ ରହୁଥିବାବେଳେ ୨୦ଭାଗ ଲୋକ ଏହାକୁ ଅତି ହାଲକା ଭାବେ ଗ୍ରହଣ କରୁଛନ୍ତି । ଫଳରେ ଲକଡାଉନ ଦ୍ୱାରା କରୋନା ସଂକ୍ରମଣକୁ ରୋକାଯିବା ପାଇଁ ଏହା ବିଶେଷ ଫଳପ୍ରଦ ହେବବୋଲି ଯେଉଁ ଆଶା କରାଯାଉଥିଲା ସେଥିରେ ଅଶଙ୍କା ପ୍ରକାଶ ପାଇଛି । ଗତ ସେମାବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଅମସ୍ତ ଅଞ୍ଚଳରେ ଲୋକମାନେ ପୁଲିସ ଭୟରେ ବାହାରକୁ ବାହାରୁ ନଥିବାବେଳେ ଶୁକ୍ରବାର ଅପରାହ୍ନରୁ ପୁଲିସର କୋହଳ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏପରି ଘଟିଥିବା ଅନୁମାନ କରାଯାଉଛି । ବିଶେଷକରି ନନ୍ଦିପଦା ପୁଲିସ ତିନି ଦିନ ଭିତରେ ୩୩ରୁ ଉର୍ଦ୍ଧ ଗାଡି ଜବଦ କରିଦେବା ଦ୍ୱାରା ଲୋକମାନେ ଆଉ ବାଇକଧରି ବାହାରକୁ ବାହାରିବାକୁ ସାହାସ କରୁନଥିଲେ । ଅନ୍ୟପକ୍ଷରେ ରାମଚନ୍ଦ୍ରପୁର ପୁଲିସ ଏସଆଇ ବିଶ୍ୱଜିତ ବେହେରା (ଜଟିଆବାବା) ସବୁ ଅଞ୍ଚଳରେ ପଇଁତରା ମାରୁଥିବାରୁ କାଳେ ତାଙ୍କ ହାବୁଡରେ କିଏ ପଡିଯିବ ସେହି ଭୟରେ ଲୋକମାନେ କଟକଣାକୁ ମାନି ଘର ଭିତରେ ରହୁଥିଲେ । ଶୁକ୍ରବାର ଦିନ ପୁଲିସ ଏସ.ଆଇ ଜଣକ ନିଲମ୍ବନ ହେବାପରେ ପୁଲିସ ଉପରେ ଭୟ କରୁଥିବା ଲୋକମାନେ ଆଉ କାହାକୁ ଖାତିର ନକରି ରାଜ ରାସ୍ତାରେ ଆସି ଖୁଲାମଖୁଲା ବୁଲିବା ଆରମ୍ଭ କରିଦେଇଛନ୍ତି । ଯାହାକି ଚିନ୍ତାର କାରଣ ପାଲଟିଛି । ପରିବା ଦୋକାନରେ ଗହଳି ଲାଗି ରହିବା ସହିତ ଲୋକମାନେ ସାମାଜିକ ଦୁରତାର ରକ୍ଷା କରୁନାହାନ୍ତି । ପଡୋଶୀ ଜିଲ୍ଲା ଭଦ୍ରକ ଓ ଯାଜପୁରରେ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବାରୁ ଏଥିପ୍ରତି ସମସ୍ତେ ସଚେତନ ହେବା ସହିତ ପୁଲିସର ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ପୁଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ ବଢ଼ାଇବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ