୯ ମିନେଟ ଦୀପ ଜାଳି ପାର୍ଥନା କରିଥିଲେ ମୋହନା ବାସି
ମୋହନା,(ଅଂଶୁମାନ ପଣ୍ଡା):ଗଜପତି ରେ କରୁନା ରୋଗକୁ ସାରା ରାଜ୍ୟରେ ଭୟ ଥିବା ବେଳେ କେନ୍ଦ୍ରସରକାରଙ୍କ ନିର୍ଦେଶ କୁ ମାନି ଏହି ପଦକ୍ଷେପକୁ ସମଗ୍ର ଦେଶବାସୀ ମଧ୍ୟ ଦୃଢ଼ ସମର୍ଥନ କରିଥିଲେ। ବର୍ତ୍ତମାନ କରୋନା ଠାରୁ ଦେଶକୁ ଏକଜୁଟ କରିବା ପାଇଁ ରବିବାର ରାତି ୯ ଟାରୁ ୯ ମିନିଟ୍ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ କିମ୍ବା ଦୀପ ନିଜ ନିଜ ଘର ଆଗରେ ବା ବାଲକୋନୀରେ ଜାଳିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ l ଶୁକ୍ରବାର ଦିନ ତାଙ୍କ ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଏହି ବିଶେଷ ଆବେଦନ କରିଥିଲେ l ସାରା ରାଜ୍ୟଭଳି ମୋହନା, ଅଡ଼ବା, ଚନ୍ଦ୍ରଗିରି, ଚାନ୍ଦିପୁଟ ଆଦି ବିଭିନ ସ୍ଥାନରେ ଲୋକେ ଘର ଆଗରେ ଦୀପ, କେଣ୍ଡଲେ ଜାଳି ଶାନ୍ତିଶୃଙ୍ଖଳା ରଖି୯ମିନେଟ ଦୀପ ଜାଳି ପାର୍ଥନା
କରିଥିଲେ ସେପରି ମୋହନା ଥାନାଧିକାରୀ ଙ୍କ ନିର୍ଦେଶ କ୍ରେମେ ଥାନା ର ସମସ୍ତ କର୍ମଚାରୀ ମଧ୍ୟ
ପାଳିଥିଲେ


