ଘରେ ମୁଖା ତିଆରି କରି ପିନ୍ଧିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିବେଦନ

ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ଲୋକଙ୍କୁ ଘରୁ ବାହାରିବା ମାତ୍ରେ ମୁହଁରେ ମାସ୍କ ପିନ୍ଧିବା ପାଇଁ ପୁଣି ଥରେ ପରାମର୍ଶ ଦେଇଛି । ଅତିକମରେ ମୁହଁରେ ରୁମାଲ କିମ୍ବା ସ୍କାର୍ପ ମଧ୍ୟ ବାନ୍ଧିବା ମନ୍ତ୍ରଣାଳୟ ପାଇଁ ପରାମର୍ଶ ଦେଇଛି। ସାମ୍ପ୍ରତିକ ସ୍ଥିତିରେ ମୁହଁ ବନ୍ଦ କରି ଘରୁ ନ ବାହାରିଲେ ବିପଦ ରହିଛି ବୋଲି ମନ୍ତ୍ରାଳୟ ପକ୍ଷରୁ ବାରମ୍ବାର ପରାମର୍ଶ ଦିଆଯାଉଛି। ଏଥିସହ ମାସ୍କ କିଣିବା ପାଇଁ କୌଣସି ମେଡିସନ ଷ୍ଟୋରକୁ ଯାଇ ଭିଡ଼ ନ କରିବା ପାଇଁ କୁହାଯାଇଛି। ନିଜ ଘରେ ଥବା ପୁରୁଣା ପୋଷାକ କାଟି ମାସ୍କ ତିଆରି ପାଇଁ ମନ୍ତ୍ରଣାଳୟ କହିଛି। ତେବେ ଯେଉଁମାନେ କୋଭିଡ-୧୯ ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି, ସେମାନଙ୍କ ପାଇଁ ଏନ-୯୫ ମାସ୍କ ଜରୁରୀ। ସମସ୍ତଙ୍କ ପାଇଁ ଏପରି ମାସ୍କର ଦରକାର ନାହିଁ। ଏଥିସହ ଆହୁରି କୁହାଯାଇଛି ଯେ ପ୍ରସ୍ତୁତ କରୁଥିବା ମାସ୍କଟି ପାଟି ଓ ନାକକୁ ଭଲ ଭାବେ ଢ଼ାଙ୍କି ରଖିବା ଦରକାର। ଥରେ ଗୋଟିଏ ମାସ୍କ ପିନ୍ଧି ବାହାରକୁ ଗଲେ ତାକୁ ଫେରିବା ମାତ୍ରେ ସାବୁନରେ ଗରମ ପାଣିରେ ୧୫ ମିନିଟ ପର୍ଯ୍ୟନ୍ତ ଫୁଟାଇ ଖରାରେ ୫ ଘଣ୍ଟା ଶୁଖାଇ ପିନ୍ଧିବାକୁ କୁହାଯାଇଛି। ମାସ୍କ ପିନ୍ଧିବା ପୂର୍ବରୁ ହାତ ଭଲ ଭାବେ ଧୋଇବାକୁ ମଧ୍ୟ କୁହାଯାଇଛି। ମାସ୍କ ସଫା କରିସାରିବା ପରେ ଏହାକୁ ଏକ ନିରାପଦ ସ୍ଥାନରେ ରଖିବା ଜରୁରୀ। ସେହିପରି ପରିବାର ଭିତରେ କେହି କାହାର ମାସ୍କ ନ ପିନ୍ଧିବା ପାଇଁ କୁହାଯାଇଛି। କାଳେ ମାସ୍କ ଅଦଳବଦଳ ହୋଇଯିବ, ତାହାକୁ ମଧ୍ୟ ଗୁରୁତର ସହ ନେବାକୁ ଗାଇଡଲାଇନରେ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ