ବାଲିପଦର ପୋଲିସର କରୋନା ସଚେତନତା

ବୁଗୁଡା,(ଅନିଲ କୁମାର ମହାରଣା):ବୁବୁଡା ଥାନା ବାଲିପଦର ପୋଲିସ ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ କରୋନା ସଂକ୍ରମଣ ସଚେତନତା ପାଇଁ ରାସ୍ତାରେ ବଡ ବଡ ଅକ୍ଷରରେ ବାର୍ତ୍ତା ଲେଖିଥିବା ଦେଖିବାକୁ ମିଳିଛି।ବାଲିପଦର ଫାଣ୍ଡି ଅଧିକାରୀ ଶ୍ରୀ ପୂଜାରୀ ଏହି ଅଞ୍ଚଳର ସ୍ୱଚ୍ଛତା ପାଇଁ କାମକରି ଜନପ୍ରିୟ ହୋଇଛନ୍ତି।ବର୍ତ୍ତମାନ ମହାମାରୀ କରୋନା ଭୂତାଣୁ ଯେପରି ଜନସାଧାରଣଙ୍କୁ ବ୍ୟାପିବା ନାହିଁ ସେଥିପାଇଁ ବହୁ ପଦକ୍ଷେପ ଗ୍ରହଣ କରି ଜନ ସଚେତନତା ସୃଷ୍ଟି କରିଛନ୍ତି।ମଙ୍ଗଳବାର ଦିନ ରତ୍ନାକର ମହାରଣାଙ୍କ ସହଯୋଗରେ ଧଳା ରଙ୍ଗ ପେଇଣ୍ଟରେ ବଡ଼ ବଡ଼ ଅକ୍ଷରରେ ରାଜରାସ୍ତା ଉପରେ ” ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ”, “ସାବୁନରେ ହାତ ଧୁଅନ୍ତୁ” “୧ ମିଟର ସାମାଜିକ ଦୂରତା” ପ୍ରଭୃତି ସଚେତନତା ବାର୍ତ୍ତା ଲେଖାଇଛନ୍ତି ଯାହାକି ଜନସାଧାରଣଙ୍କୁ ଆକୃଷ୍ଟ କରିପାରିବ। ଜଣେ ପୋଲିସ ଅଧକାରୀ ଭାବେ ବାଲିପଦରକୁ ନିଜର ଭାବି ବହୁ ପଦକ୍ଷେପ ଗ୍ରହଣ କରି ଜନସାଧାରଣ ଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି ସବ ଇନ୍ସପେକ୍ଟର ଭଗବାନ ପୂଜାରୀ ମହୋଦୟ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ