ବୁଲା ଜନ୍ତୁଙ୍କ ଅବସ୍ଥା ଶୋଚନୀୟ:ମିଳୁନାହିଁ ଖାଦ୍ୟ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):କରୋନା ପ୍ରଭାବରେ ଲକ୍ ଡାଉନ ଓ ସଟ୍ ଡାଉନ୍ ପାଇଁ ଦୋକାନବଜାର ବନ୍ଦ ଥିବା ବେଳେ ସମସ୍ତ ସାମାଜିକ କାର୍ଯ୍ୟକ୍ରମ,ଭୋଜିଭାତ,ହୋଟେଲ ସବୁ ବନ୍ଦ ଥିବାରୁ ବେଲଗୁଣ୍ଠା ସହରରେ ବୁଲା ଗାଇଗୋରୁ ଓ କୁକୁରଙ୍କୁ ଖାଇବାକୁ ମିଳୁନାହିଁ ।ଫଳରେ ସେମାନେ ବାହାରେ ପଡିଥିବା ବିଭିନ୍ନ ପ୍ରକାର ଅଳିଆ,ଆବର୍ଜନା, ପଲିଥିନ ଖାଉଥିବା ଦେଖିବାକୁ ମିଳୁଛି ଏବଂ ଭୋକରେ ଥିବାରୁ ଦୁର୍ବଳ ହୋଇ ଦିନତମାମ ଗୋଟିଏ ଜାଗାରେ ପଡିରହିଥିବା ଲକ୍ଷ୍ୟ କରାଯାଇଛି ।ପ୍ରଶାସନ ତରଫରୁ ବିଭିନ୍ନ ପୌର ସଂସ୍ଥା ରେ ବୁଲା ଗାଇଗୋରୁ ମାନଙ୍କୁ ଖାଦ୍ୟ ଦିଆଯାଉଥିବା ବେଳେ ବେଲଗୁଣ୍ଠାରେ ତାର ବ୍ୟତିକ୍ରମ ଦେଖାଦେଇଛି ।ପ୍ରଶାସନ ତରଫରୁ ବୁଲି ଗାଇ,ଗୋରୁ, ଓ କୁକୁର ପାଇଁ ଖାଇବା ବ୍ୟବସ୍ଥା କରିବା ପାଇଁ ଅଞ୍ଚଳ ବାସୀ।ଦାବି କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ