ମୁଖ୍ୟମନ୍ତ୍ରୀ ରିଲିଫଫଣ୍ଡ କୁ ୧୫ ହଜାର ଟଙ୍କା ପ୍ରଦାନ କଲେ କୁନି ଝିଅ ଆଦ୍ୟାଶା

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କରୋନାର ମୁକାବିଲାକୁ ନେଇ ସାରାଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି। ଜନସାଧାରଣ ମଧ୍ୟ ସଚେତନ ହୋଇ ସରକାରଙ୍କୁ ସମର୍ଥନ ଜଣାଇଛନ୍ତି।ଫଳରେ ଏଭଳି ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ ଯାଇ ଦେଶର ଛୋଟପିଲାଙ୍କ ଠାରୁ ଆରମ୍ଭ କରି ବହୁ ବଦାନ୍ୟ ବ୍ୟକ୍ତି , ଶିଳ୍ପ ସଂସ୍ଥା ଓ ବିଭିନ୍ନ ସଂଗଠନ ସହାୟତାର ହାତ ବଢ଼ାଇଚାଲିଛନ୍ତି ।ସେହିପରି ଏହି ଅଭିଯାନରେ ନିଜକୁ ସାମିଲ କରିଛନ୍ତି ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅନିଲ କୁମାର ସେଠୀଙ୍କ ଝିଅ ଆଦ୍ୟାଶା। ସେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ୧୫ ହଜାର ଟଙ୍କା ସାହାର୍ଯ୍ୟ ର ହାତ ବଢ଼େଇଛନ୍ତି।ସୂଚନା ଯୋଗ୍ୟ ଯେ ଗତ ୪ ତାରିଖରେ ଆଦ୍ୟାଶା ଙ୍କର ଜନ୍ମଦିନ ଉତ୍ସବ ଥିଲା।ହେଲେ ଜନ୍ମଦିନରେ ଖର୍ଚ୍ଚ ହେବାକୁ ଥିବା ୧୫ ହଜାର ଟଙ୍କା କୁ ଆଦ୍ୟାଶା ଏହି ବିପତ୍ତି ସମୟରେ ସାହାର୍ଯ୍ୟ ସରକାରଙ୍କୁ ଦେବାକୁ ମନସ୍ତ କରିଥିଲେ। ଏହାଦେଖି ତାଙ୍କର ପିତା ତଥା ସ୍ଥାନୀୟ ବିଡ଼ିଓ ଶ୍ରୀ ଅନୀଲ କୁମାର ସେଠୀ ଓ ସମସ୍ତ ଜନସାଧାରଣ ମଧ୍ୟ କୁନି ଝିଅ ଆଦ୍ୟଶା ର ଏହି ମହତ୍ତ ଉଦ୍ଦେଶ୍ୟ କୁ ପ୍ରଶଂସା କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ