ହ୍ରାସ ପାଇବ ସାଂସଦଙ୍କ ଭତ୍ତା, କଟିବ ୨୭ ହଜାର ଟଙ୍କା

ନୂଆଦିଲ୍ଲୀ: ସାଂସଦଙ୍କ ଦରମାରେ ୩୦ ପ୍ରତିଶତ ହ୍ରାସ ହେବା ପରେ ଭତ୍ତାରେ ୨୭ ହଜାର ଟଙ୍କା ହ୍ରାସ ହେବ ବୋଲି ସୂଚନା ମିଳିଛି। କରୋନା ଭାଇରସ୍‌ ସହ ଲଢିବା ପାଇଁ ଫଣ୍ଡରେ ଏହି ଅର୍ଥକୁ ବିନିଯୋଗ କରାଯିବ ବୋଲି ଏହି ନିଷ୍ପତ୍ତି ନିଆଯାଇଛି।
ସାଂସଦଙ୍କୁ ଏବେ ଆଉ ନିର୍ବାଚନ କ୍ଷେତ୍ର ଭତ୍ତା ଓ କାର୍ଯ୍ୟାଳୟ ଭତ୍ତାରେ ମିଳିଥିବା ୨୭ ହଜାର ଟଙ୍କା ମିଳିବ ନାହିଁ। ପ୍ରତ୍ୟେକ ମାସ ମିଳୁଥିବା ନିର୍ବାଚନ କ୍ଷେତ୍ର ଭତ୍ତା ଓ କାର୍ଯ୍ୟାଳୟ ଭତ୍ତା କାଟିବାକୁ ନେଇ ସରକାରୀ ଆଦେଶ ମିଳିଛି। ସାଂସଦଙ୍କ ବେତନରୁ ୩୦ ପ୍ରତିଶତ ହ୍ରାସ କରାଯିବ ନେଇ ଆଗରୁ ଘୋଷଣା କରାଯାଇଛି। ଏବେ ପ୍ରତ୍ୟେକ ସାଂସଦଙ୍କୁ ୭୦ ହଜାର ଟଙ୍କା ମିଳିବ। ମିଳିଥିବା ସୂଚନା ଅନୁସାରେ ସାଂସଦଙ୍କୁ ସଂଯୁକ୍ତ ସମିତିରେ ସରକାରଙ୍କ ସହିତ ବିଚାର ବିମର୍ଶ କରି ପ୍ରତ୍ୟେକ ସାଂସଦଙ୍କୁ ମିଳୁଥିବା ନିର୍ବାଚନ କ୍ଷେତ୍ର ଭତ୍ତାରେ ୩୦ ପ୍ରତିଶତ ହ୍ରାସ କରିବା ନେଇ ସୁପାରିଶ୍‌ କରିଛନ୍ତି। ସରକାରୀ ଅଧିସୂଚନା ଅନୁସାରେ ସାଂସଦଙ୍କ ବେତନ, ଭତ୍ତା ଏବଂ ପେନ୍‌ସନ୍‌ ଅଧିନିୟମ ୧୯୫୪ ଅନ୍ତର୍ଗତ ଧାରା ୮ ଜରିଆରେ ଜଣେ ସଦସ୍ୟଙ୍କୁ ନିର୍ବାଚନ ଭତ୍ତାର ଅଧିକାରୀ ହୋଇଥାନ୍ତି। ପ୍ରତ୍ୟେକ ସାଂସଦଙ୍କୁ ମିଳୁଥିବା ୬୦ ହଜାର ଟଙ୍କାକୁ କାର୍ଯ୍ୟାଳୟ ଭତ୍ତାରେ ଏବେ ପ୍ରତ୍ୟେକ ମାସ ଷ୍ଟେସନାରୀ ରୂପେ ମିଳୁଥିବା ୨୦ ହଜାର ଟଙ୍କାକୁ ହ୍ରାସ କରାଯାଇ ୧୪ ହଜାର ଟଙ୍କା କରାଯାଇଛି। ତେବେ ସାଂସଦଙ୍କ ସହାୟକଙ୍କ ପାଇଁ ମିଳୁଥିବା ପ୍ରତି ମାସରେ ୪୦,୦୦୦ ଟଙ୍କାରେ କୌଣସି ହ୍ରାସ କରାଯାଇନାହିଁ। ଅଧିକାରିକ ଆଦେଶାନୁସାରେ ରାଜ୍ୟସଭାର ସଭାପତି ଏମ୍‌. ଭେଙ୍କେୟା ନାଇଡୁ, ଲୋକସଭା ଅଧ୍ୟକ୍ଷ ଓମ୍‌ ବିର୍ଲା ମଧ୍ୟ ସଂଯୁକ୍ତ ସମିତିଙ୍କ ସୁପାରିଶ୍‌କୁ ସ୍ବୀକାର କରିଛନ୍ତି। ଏହି ହ୍ରାସ ଅପ୍ରେଲ୍‌ ୧ରୁ ଲାଗୁହେବ। ଗତ ସୋମବାର ଦିନ ପ୍ରଧାନମନ୍ତ୍ରୀ ସମେତ ସମସ୍ତ କ୍ୟାବିନେଟ୍‌ ମନ୍ତ୍ରୀ ଓ ସାଂସଦଙ୍କ ବେତନରେ ୩୦ ପ୍ରତିଶତ ହ୍ରାସ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏକ ବର୍ଷ ପର୍ଯ୍ୟନ୍ତ ଏହି ଦରମାରେ ହ୍ରାସ ରହିବ ବୋଲି ସୂଚନା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ