ବୁଗୁଡା ବ୍ଲକରେ ୧୨,୪୦୦ ରୁ ଉର୍ଦ୍ଧ୍ବଙ୍କୁ ଚାରି ମାସର ପେନସନ,୯୦୦ ରୁ ଉର୍ଦ୍ଧ୍ବ ଅନୁପସ୍ଥିତ
ବୁଗୁଡା,(ଅନିଲ କୁମାର ମହାରଣା):ବୁଗୁଡା ବ୍ଲକର ମୋଟ ୧୪,୩୦୦ ହିତାଧିକାରୀଙ୍କ ମଧ୍ୟରୁ ୧୨,୪୦୦ ଜଣରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଚାରିମାସର ପେନସନ ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ୯୦୦ ରୁ ଉର୍ଦ୍ଧ୍ବ ହିତାଧିକାରୀ ଅନୁପସ୍ଥିତ ଥିବା ବେଳେ ଅନ୍ୟମାନଙ୍କୁ ଦୁଇଦିନ ମଧ୍ୟରେ ପେନସନ ଟଙ୍କା ପ୍ରଦାନ କରାଯିବ ବୋଲି ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି। ସେହିପରି ୧୬,୩୦୦ ଜଣ ରାସନ କାର୍ଡ଼ ପାଇଥିବା ହିତାଧିକାରୀଙ୍କ ମଧ୍ୟରୁ ୪,୩୦୦ ଜଣଙ୍କୁ ସେମାନଙ୍କ ପ୍ରାପ୍ୟ ଖାଉଟି ସାମଗ୍ରୀ ସହ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଅବଶିଷ୍ଟ ହିତାଧିକାରୀଙ୍କୁ ଅତି ଶୀଘ୍ର ଖାଉଟି ସାମଗ୍ରୀ ଓ ଟଙ୍କା ପ୍ରଦାନ କରାଯିବ ବୋଲି ବିଡ଼ିଓ ଶ୍ରୀ ପାତ୍ର କହିଛନ୍ତି। ଏଥିସହ ବିଡ଼ିଓ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତିଯେ ୪,୫୦୦ ଜଣ ନିର୍ମାଣ ଶ୍ରମିକ ମାନଙ୍କୁ ୧,୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବା ପାଇଁ ଟଙ୍କା ଆଜି ଆସିଛି,ଆସନ୍ତା କାଲିଠାରୁ ତାହା ବଣ୍ଟନ ଆରମ୍ଭ ହେବ। ୧୩୯ ଜଣ କଳାକାର ମାନଙ୍କ ପାଇଁ ଭତ୍ତା ଆସିଥିବା ବେଳେ ୨୦ ଜଣଙ୍କୁ ପ୍ରଦାନ କରାଯାଇଛି। ଅତି ଶିଘ୍ର ଯେପରି ସମସ୍ତ ହିତାଧିକାରୀ ସେମାନଙ୍କ ପ୍ରାପ୍ୟ ପାଇ ପାରିବେ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଡ଼ିଓ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି।